ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ତିନି ନଂ ୱାର୍ଡ ସାକିଲାଡିହି ଗ୍ରାମର ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ସାକିଲାଡିହି ଗ୍ରାମର ସୁରେନ୍ଦ୍ର ସିଂଙ୍କ ଝିଅ ସାଲୋନୀ ସିଂ (୨୦) ଚାକିରି ପାଇଁ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷା ଫଳ ନେଇ ମାନସିକ ସ୍ତରରେ ଚିନ୍ତିତ ଥିଲେ ଏବଂ ଆଜି ଘର ଭିତରେ ରଶି ସାହାଯ୍ୟରେ ଆତ୍ମହତ୍ୟା କରିବା ପାଇଁ ଝୁଲି ପଡିଥିଲେ । ପରିବାର ଲୋକେ ଜାଣିବା ପରେ ସଂଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘଷଣା କରିଥିଲେ । ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ୧୬/୨୨ ରେ ଏକ ଅପମୃତ ମାମଲା ରୁଜୁ କରି ପୁଲିସ ଘଟଣାର ଅଧିକ ତଦନ୍ତ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe