Advertisment

ଦେବଗଡ଼: ହୋଟେଲ ରୁମରୁ ଯୁବକଙ୍କର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Advertisment
ଦେବଗଡ଼: ହୋଟେଲ ରୁମରୁ ଯୁବକଙ୍କର ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ଦେବଗଡ଼: ଟାଉନ୍‌ ଥାନା ଅନ୍ତର୍ଗତ ଏକ ହୋଟେଲ ‘ମମତା’ର ୬୦୩ ନମ୍ବର ରୁମରୁ ରବିବାର ସଂଧ୍ୟାରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ବିଜୟ ଷଡଙ୍ଗୀ (୪୨) ବୋଲି ଜଣାପଡ଼ିଛି। ଏସଂପର୍କରେ ହୋଟେଲ ମାଲିକ ଦେବଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଜବତ କରିବା ସହିତ ଶବବ୍ୟଛେଦ ପାଇଁ ପଠାଇଦେଇଛି।

ମୃତକଙ୍କ ଘର ଢେଙ୍କାନାଳ ଜିଲ୍ଲାର ବଳଭଦ୍ରପୁର ବୋଲି ଜଣାପଡିଛି। ବିଜୟ ଚଳିତ ମାସର ୧୫ତାରିଖରୁ ହୋଟେଲରେ ଏକାକୀ ରହୁଥିଲେ। ଉଦ୍ୟାନ ବିଭାଗକୁ ସେ ପାଇପ ଯୋଗାଉଥିବା ଏକ କମ୍ପାନିରେ କାମ କରୁଥିଲେ। ହୋଟେଲରେ କାର୍ଯ୍ୟରତ ପିଲାମାନେ ଶନିବାର ରାତି ୭ଟା ୩୦ରେ ଶେଷ ଥର ପାଇଁ ଦେଖିଥିଲେ ବୋଲି ହୋଟେଲର ମାଲିକ କହିଛନ୍ତି। ବିଜୟ ରହୁଥିବା ରୁମ ଆଜି ୪ଟା ଯାଏଁ ବନ୍ଦ ଥିଲା ଏବଂ ରୁମ୍‌ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ଫଳରେ ସନ୍ଦେହ ହେବାରୁ ମାଲିକ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ। ମାଜିଷ୍ଟ୍ରେଟ ତଥା ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କ ଉପସ୍ଥିତିରେ କବାଟ ଭଙ୍ଗା ଯାଇ ପୁଲିସ ରୁମ୍‌ ଭିତରକୁ ପ୍ରବେଶ କରିଥିଲା। ରୁମ୍‌ ଭିତରୁ ସୁଇଚ୍‌ ଅଫ ଥିବା ଏକ ମୋବାଇଲ ଉଦ୍ଧାର ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ଭାବେ ଜଣାପଡି ନଥିବାବେଳେ ଯୁବକ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ମାତ୍ର ମୃତଦେହର ପୋର୍ଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe