ନିଖୋଜ ଯୁବକର ଗଳିତ ଶବ ଉଦ୍ଧାର

Advertisment

ଖଡ଼ିଆଳ: ନୂଆପଡା ଖଡ଼ିଆଳ ଏନଏସି ସ୍ଥିତ ୱାଡ଼ ନମ୍ବର ୧ ମୁକ୍ତାପୁର ସାଗରରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଟ୍ରାକ୍ଟର ଡ୍ରାଇଭର ବ୍ରଜମୋହନ ନାଗ (୪୫)। ସେ ବୁଧୁବାର ଦିନ ଠାରୁ ନିଖୋଜ ଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା। ଆଜି ଦମକଳ ବାହିନୀ ଓ ପୁଲିସର ମିଳିତ ଭାବେ ମୋହନଙ୍କୁ ମୁକ୍ତାପୁର ସାଗରରୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ମୁକ୍ତାପୁର ଠାରେ ହିରୋ କୁମାର ବାଗ ନାମକ ଜଣେ ବ୍ୟକ୍ତି ପୋଖରୀରେ ମାଛ ଚାଷ କରିଥଲେ। ତାଙ୍କ ଟ୍ରାକ୍ଟର ଡ୍ରାଇଭର ବ୍ରଜ ମୋହନ ନାଗ ଦିନବେଳା ଟ୍ରାକ୍ଟର ଚଳାଉଥିଲେ ଓ ରାତ୍ରରେ ପୋଖରୀରେ ମାଛ ଜଗୁଥିଲେ। ହେଲେ ବୁଧୁବାର ଦିନ ବ୍ରଜ ନିଖୋଜ ଥିବା କଥା ପରିବାର ଲୋକେ ଜାଣିଥିଲେ।

ତେବେ ଜୁନାନୀ ଗାଁ ଲୋକେ ଶବକୁ ରଖି ମାଲିକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ବ୍ରଜମୋହନର ଦୁଇ ଗୋଟି ସ୍ତ୍ରୀ ଓ ୬ ଗୋଟି ପିଲା-ଛୁଆ ଅଛନ୍ତି। ଆଜି ଶବ ବ୍ୟଛେଦ ହୋଇ ପାରିନାହିଁ। ଏନେଇ ଖଡ଼ିଆଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ବୋଲି ଖଡ଼ିଆଳ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe