ମହାନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

Advertisment
ମହାନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବୌଦ୍ଧ: ରବିବାର ସକାଳେ ​ମହାନଦୀର ବୌଦ୍ଧ ସହରର ମାଳୀସାହି ଗାଧୁଆ ଘାଟରେ ଜଣେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା। ପୁଲିସ ଅଗ୍ନିଶମ ବିଭାଗ ସହାୟତାରେ ଶବକୁ ଉଦ୍ଧାର କରି ପରିଚୟ ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା। ଖବର ପାଇ ପରିବାର ଲୋକେ ଆସି ଶବ ଚିହ୍ନଟ କରିଥିଲେ। ମୃତା ବୃଦ୍ଧା ହେଲେ ବୌଦ୍ଧ ଥାନା କଣ୍ଟୁଆଣି ଗ୍ରାମର ରୁପା କୁମ୍ଭାର ବୋଲି ଜଣାଯାଇଛି। ଶନିବାର କାଲି ମନ୍ଦିର ଦର୍ଶନ ପାଇଁ ବୌଦ୍ଧ ଆସି ଆଉ ଫେରି ନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe