ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ଖୋସାଲପୁର ଗ୍ରାମ ନିକଟରେ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଛନ୍ତି। ମୃତକ ଜଣଙ୍କ ଖୋସାଲପୁର ଗ୍ରାମ ଅଶୋକ ପାଣିଗ୍ରାହୀଙ୍କ ପୁଅ ଅଭିମନ୍ୟୁ ପାଣିଗ୍ରାହୀ (୨୫)। ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅଭିମନ୍ୟୁଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ତାଙ୍କ ସଂପର୍କୀୟ ଭାଇ ଅମୀୟ ପାଣିଗ୍ରାହୀ ଦଶରଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦଶରଥପୁର ଥାନା ପୁଲିସ ୧୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି। ପୋଖରୀ କୂଳରୁ ଅଭିମନ୍ୟୁଙ୍କ ବାଇକ୍ ମିଳିଛି।
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Advertisment
Follow Us