Representative image
ମାଲକାନଗିରି: କୋରକୋଣ୍ଡା ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି। ମାଲକାନଗିରି ପୁଲିସ ଆଇଆଇସି ରିଗାନ କିଣ୍ଡୋଙ୍କ କହିବା ଅନୁଯାୟୀ ଏହି ବ୍ୟକ୍ତି ଜଣକ କେରଳ ଅଂଚଳର। ତେବେ କୌଣସି ଏକ ବାହାଘରେ ଯୋଗ ଦେବା ପାଇଁ ଏହି ଅଂଚଳକୁ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି ବୋଲି ପୁଲିସ କହିଛି। ତେବେ ତାଂକ ପରିଚୟ କେହି ଜାଣିନଥିବାରୁ ତାଂକୁ ଚିହ୍ନଟ କରାଯାଇପାରୁନଥିବା ଜଣାପଡିଛି। ଅତ୍ୟଧିକ ମଦ୍ୟପାନ କରିଥିବା ଏବଂ ନଦୀ ନିକଟରେ ଯାଇଥିବାରୁ ହୁଏତ ନଦୀରେ ଭାରସାମ୍ୟ ହରାଇ ପଡିଯାଇଥିବାରୁ ତାଂକର ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି। ତଦନ୍ତ ପରେ ଘଟଣାର ପର୍ଦାଫାସ କରାଯିବ ବୋଲି ପୁଲିସ କହିଛି।
Follow Us