ଶାଳ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Advertisment
ଲକ୍‌ଡାଉନ୍‌ ଯନ୍ତ୍ରଣା: ରୋଜଗାର ବନ୍ଦ, ଋଣ ବୋଝ ନେଇଗଲା ଜୀବନ

Roya News

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଡିଏଭି ନିକଟ ଏକ ଶାଳ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ନିଲୁଙ୍ଗିଆ ଗ୍ରାମର ସଞ୍ଜୟ ନାୟକ(୩୦)। ସଞ୍ଜୟ ନିଜ ମାମୁଁ ଘର କଳିଙ୍ଗା ଡିଏଭି ତିଲାପାଙ୍ଗାରେ ରହୁଥିଲେ। ସେ ଘରେ ଥିବା ବେଳେ ଗୁରୁବାର ସକାଳ ଦଶଟା ସମୟରେ କିଛି ଫାଇନାନ୍‌ସ କମ୍ପାନିର ଲୋକ ଆସ ଘରୁ ଡାକି ନେଇଥିବା ତାଙ୍କ ମା’ ରିନା ନାୟକ ଏକ ଲିଖିତ ମାମଲା ଥାନାରେ ଦେଇଛନ୍ତି।

ଘରୁ ଯିବା ପରେ ସଞ୍ଜୟ ଫେରି ନଥିଲେ। ଆଜି ସକାଳୁ ଏକ ଶାଳ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା। ସଞ୍ଜୟ ବିବାହିତ। ତାଙ୍କର ଗୋଟେ ତିନି ବର୍ଷର ଝିଅଟିଏ ଅଛି। ସେ ଏକ ଅଟୋ ଆଣି ଚଳାଉଥିଲେ। ବ୍ୟବସାୟ ନ ହେବାରୁ ତାକୁ ଲିଜରେ ଦେଇ ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଥିଲେ। ଗତ କିଛି ଦିନ ହେଲା ଗାଁକୁ ଫେରିଥିଲେ।

ପ୍ରାପ୍ତ ସୂଚନାନୁସାରେ ସଞ୍ଜୟ ଏବଂ ତାଙ୍କ ପତ୍ନୀ ଏକ ଫାଇନାନ୍‌ସ କମ୍ପାନିରୁ ପଚିଶି ହଜାର ଟଙ୍କା ଗ୍ରୁପ ଲୋନ ଆଣିଥିଲେ ଏବଂ ସେଇ ଟଙ୍କା ସୁଝି ନ ଥିଲେ ଉକ୍ତ କମ୍ପାନି ପକ୍ଷରୁ ଚାପ ପଡୁଥିଲା ଏବଂ ଏହାକୁ ନେଇ କିଛି ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫୁଲବାଣୀରୁ ଅନୁସନ୍ଧାନି କୁକୁର ଏବଂ ସାଇଣ୍ଟିଫିକ ଟିମ ଡକାଇ ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି। ଖବର ପାଇ ସ୍ଥାନୀୟ ଏସଡିପିଓ ଜୟକୃଷ୍ଣ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe