image source--East ldho news
ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ପଂଚାୟତର ବେଡ଼ଙ୍ଗରାପାଟଣା ବିନ୍ଧାଣୀ ସାହିରୁ ଆଜି ପୂର୍ବାହ୍ନରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀ ମହରଣା (୩୫)।
ଲକ୍ଷ୍ମୀ ମହରାଣାଙ୍କ ସ୍ୱାମୀ ପଂଚୁ ମହାରଣାଙ୍କ କହିବା ଅନୁସାରେ ଆଜି ସକାଳ ପ୍ରାୟ ୯ଟାରେ ତାଙ୍କର ସ୍ତ୍ରୀ ଲକ୍ଷ୍ମୀ ଘରଠାରୁ ୨୦୦ ମିଟର ଦୂରରେ ଥିବା କୂଅକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସ୍ତ୍ରୀ ଘରକୁ ଫେରିବାରେ ବିଳମ୍ବ ହେଉଥିବାରୁ ପଂଚୁ ସନ୍ଦେହ କରିଥିଲେ। ସେ ଗାଁର ବିଲବାଡ଼ି ଭିତରେ ଥିବା କୂଅ ପାଖକୁ ଯାଇ ଦେଖିଲା ବେଳକୁ ସେଠାରେ ଲକ୍ଷ୍ମୀଙ୍କର ଚପଲ ବାହାରେ ପଡ଼ିଥିଲା। ଏହା ପରେ ଟାଙ୍ଗୀ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ସ୍ୱାମୀ ଦିନ ମଜୁରିଆ ଥିବାବେଳେ ତାଙ୍କର କୌଣସି ସନ୍ତାନ ନାହାନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Follow Us