Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର କିଆଙ୍ଗ ନଦୀରେ ଭାସିଯାଇଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଆଜି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି। ପ୍ରକାଶ ଥାଉକି, ଗତକାଲି କିଆଙ୍ଗ ଗ୍ରାମର ଚାରି ଜଣ ଗ୍ରାମବାସୀଙ୍କ ସହ ସୁବାଷ ମାଢି ନିକଟସ୍ଥ କିଆଙ୍ଗ ନଦୀରେ ମାଛ ଧରିବାକୁ ଯାଇଥିଲେ। ସେଠାରେ ମାଛ ଧରୁଥିବା ସମୟରେ ହଠାତ୍ ଗୋଡ ଖସିଯିବାକୁ ନଦୀରେ ସେ ଭାସିଯାଇଥିଲେ।
ତେବେ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ନମିଳିବାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଗତକାଲି ଏବଂ ଆଜି ଖୋଜାଖୋଜି କରି ସୁବାଷର ଶବକୁ ଉଦ୍ଧାର କରିଥିଲେ। ପରେ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି।
Follow Us