ବଳଙ୍ଗ ନଦୀରୁ ବୃଦ୍ଧଙ୍କ ଶବ ଉଦ୍ଧାର

Advertisment
ଝାଡ଼ଖଣ୍ଡରେ ୨ ନାବାଳକଙ୍କୁ ପିଟିପିଟି ହତ୍ୟା

ମାଣତ୍ରି : ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ବଳଙ୍ଗ ନଦୀ ବାଲି ଘାଟରେ ଭାସୁଥିବା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ମୃତଦେହ ନାମ ବୁଧୁରାମ ସିଂ (୬୨) ଓ ସେ ପ୍ରତାପପୁର ପଞ୍ଚାୟତର କାଶୀଡିହି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧୁରାମ ସିଂ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ହେତୁ ନଦୀ ଗଣ୍ଡକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଦେଖି ତାଙ୍କୁ ଉଦ୍ଧାର କଲା ବେଳକୁ ତାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା ।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଉକ୍ତ ବାଲି ଘାଟରେ ମେସିନ ସାହାଯ୍ୟରେ ବାଲି ଉତ୍ତୋଳନ କରା ଯାଉଥିବାରୁ ନଦୀରେ ବଡ଼ ବଡ଼ ଗଣ୍ଡ ସବୁ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe