୨୦ ଫୁଟ ଉଚ୍ଚ ଗଛରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରାଣୀଭୂମି ନିକଟ ପାନ୍ତିଆମା ଜଙ୍ଗଲରେ ଥିବା ଏକ ୨୦ ଫୁଟ ଉଚ୍ଚ ଆକାଶିଆ ଗଛଡାଳରୁ ଆଜି ଗୁରୁବାର ଜଣେ ଯୁବକଙ୍କ ଗଳିତ ଶବ ମିଳିଛି। ତେବ‌େ ମୃତକଙ୍କ ପରିଚୟ ଏଯାବତ୍ ମିଳିପାରିନି। ଯୁବକ ଜଣକ ନିଜ ସାର୍ଟକୁ ‌ବେକରେ ବାନ୍ଧି ଝୁଲିପଡ଼ିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ଗ୍ରାମର କିଛି ଲୋକ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଝୁଲନ୍ତା ଶବକୁ ଦେଖି ଜିରାବାଡ଼ି ସରପଞ୍ଚ ସରୋଜ କୁମାର ନାୟକଙ୍କୁ ଜଣାଇଥିଲେ। ସୂଚନା ପାଇ ଜଗନ୍ନାଥପ୍ରସାଦ ଥାନାଧିକାରୀ ଅରୁଣ କୁମାର ସିଂହ, ଏସଆଇ ବାବୁଲାଲ ରାଉଳ, ଏଏସଆଇ ପ୍ରିୟରଞ୍ଜନ ମିଶ୍ର ଏବଂ ରାଇଟର୍ ରଞ୍ଜନ କୁମାର ଆଚାର୍ଯ୍ୟ ପହଞ୍ଚିଥିଲେ।

ଦମକଳବାହିନୀ ସହାୟତାରେ ଡାଳକୁ କାଟି ଶବକୁ ଜବତ କରାଯାଇଥିଲା। ଶବଟି ପଚି ନଷ୍ଟ ହୋଇ ଯାଇଥିବା ବେଳେ ଜଗନ୍ନାଥପ୍ରସାଦ ଥାନାରେ କେସ୍ ନମ୍ବର ୧୮ରେ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଛି। ଶବକୁ ବ୍ରହ୍ମପୁର ଏଫଏମ୍‌ଟିକୁ ପଠାଯାଇଛି। ଚିହ୍ନଟ ପାଇଁ ଶବକୁ ସେଠାରେ ଏକ ସପ୍ତାହ ପାଇଁ ରଖାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe