deccan herald
ଖୋର୍ଦ୍ଧା: ସୋମବାର ପୂର୍ବାହ୍ନରେ ନିଖୋଜ ହୋଇଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ ଆଜି ଜାଗୁଳାଇପାଟଣା ଠାକୁରପଡ଼ା କାଜୁ ଜଙ୍ଗଲ ମଧ୍ୟରୁ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ଜାଗୁଳାଇପାଟଣା ନୂଆ ବାଉରି ସାହିର ଓମ ପ୍ରକାଶ ନାୟକ (୧୬) ଗତକାଲି ପ୍ରାୟ ସାଢ଼େ ୧୧ଟା ବେଳକୁ ତାଙ୍କ ମା’ଙ୍କୁ ଖାଇବାକୁ ମାଗିଥିଲେ। ଏହାପରେ ଶୌଚ ହେବାକୁ ବାଡ଼ିପଟକୁ ଯାଇଥିଲେ। ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବିଫଳ ହେବା ପରେ ସନ୍ଧ୍ୟାରେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ୩୩୩/୨୦୨୩ରେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ଆଜି ସକାଳେ ଜାଗୁଳାଇପାଟଣାର କେତେକ ବ୍ୟକ୍ତି କାଜୁ ଜଙ୍ଗଲ ମଧ୍ୟରେ ଓମ ପ୍ରକାଶର ମୃତଦେହ ଏକ ଗଛରେ ଗାମୁଛାରେ ଝୁଲୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ମୃତ ଦେହକୁ ଉଦ୍ଧାର କରିଥିଲା। ଅପରପକ୍ଷରେ ଓମପ୍ରକାଶର ବାପା ହତ୍ୟା ଅଭିଯୋଗ ଆଣିଥିବାରୁ ଫରେନ୍ସିକ ଟିମ ଦ୍ୱାରା ଯାଞ୍ଚ କରାଯିବା ସହ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା
ମିଳିଛି।
Follow Us