CREATOR: gd-jpeg v1.0 (using IJG JPEG v62), quality = 100
ଖୋର୍ଦ୍ଧା: ଶୁକ୍ରବାର ରାତିରେ ଖୋର୍ଦ୍ଧାଠାରୁ ପ୍ରାୟ ୭ କିମି ଦୂର ଟାଙ୍ଗିଆପଡ଼ା ନିକଟ ନିଆଳ ଛୋଟ ଗାଡ଼ିଆ (ଏକ ପରିତ୍ୟକ୍ତ ମାଙ୍କଡ଼ାପଥର ଖଣି) ପାଖରୁ ଅଖାରେ ଗୋଡ଼ାହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ଦିନକ ପରେ ଉକ୍ତ ଯୁବକଙ୍କ ପରିଚୟ ମିଳିଛି। ମୃତକ ଯୁବକ ହେଲେ ଅତାବୁଲ୍ଲା ଖାଁନ। ଛାନଭିନ୍ରୁ ପୁଲିସ ହାତରେ ଅନେକ ତଥ୍ୟ ଲାଗିଛି। ପରକୀୟା ପ୍ରୀତିରୁ ତାଙ୍କୁ ମାରି ଦିଆଯାଇଥିବା ପୁଲିସ ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ସନ୍ଦେହ କରୁଛି।
ଶୁକ୍ରବାର ପ୍ରାୟ ସାଢ଼େ ୯ଟା ବେଳର କଥା। ଉପରୋକ୍ତ ସ୍ଥାନରେ ଏକ ଶବପଡ଼ିଥିବା ପୁଳିସକୁ ଖବର ମିଳିଥିଲା। ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଜାଣିବାକୁ ପାଇଥିଲା ଯେ, ଅତାବୁଲ୍ଲା ବିବାହିତ ଓ ଖୋର୍ଦ୍ଧାର ଏକ ଲେଥ୍ ମେସିନ୍ କେନ୍ଦ୍ରରେ କାମ କରୁଥିଲେ। ତାଙ୍କ ବେକରେ କଟା ଦାଗ ରହିଛି। ହତ୍ୟା ପଛରେ ସେହି ଗାଁର ଜନୈକ ମହିଳାଙ୍କ ସହ ପରକୀୟା ପ୍ରୀତି ମୁଖ୍ୟ କାରଣ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ ଜଣେ ମହିଳାଙ୍କ ସମେତ ୪ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ତେବେ ଟାଉନ୍ ଥାନା ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦିଆଯାଇନାହିଁ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଦିନେ ଦୁଇଦିନ ମଧ୍ୟରେ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଯିବ ବୋଲି ପୁଲିସ କହିଛି।
Follow Us