ଆଉ ଏକ କଲରାପତରିଆ ବାଘର ମୃତଦେହ ଠାବ

Advertisment
ଆଉ ଏକ କଲରାପତରିଆ ବାଘର ମୃତଦେହ ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶନିବାର ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତ୍ୟୁଦେହ ଠାବ ହୋଇଛି। ଜଙ୍ଗଲରେ ମୃତବାଘ ପଡ଼ିଥିବା ଖବର ପାଇବା ପରେ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଅନୁଗୁଳ ଜିଲ୍ଲାରେ କଲରାପତରିଆ ବାଘର ମୃତଦେହ ମିଳିବା ଏହା ଦ୍ୱିତୀୟ ଘଟଣା।

ସୂଚନାଯୋଗ୍ୟ, ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲକୁ ଆଜି କିଛି ଲୋକ ଡାଳପତ୍ର ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ଏକ ମୃତ କଲରାପତରିଆ ବାଘ ମରି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉଦ୍ଧାର ହୋଇଥିବା ମୃତବାଘ ଶରୀରରେ କୌଣସି କ୍ଷତି ଚିହ୍ନ ନ ଥିବା ଜଣାପଡ଼ିଛି। ବାଘକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ବାଘଟିର ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ିବ ।

ଜାନୁଆରି ମାସରେ ରେଙ୍ଗାଲି ଡ୍ୟାମ ପାଲଲହଡା ଅଞ୍ଚଳ ନିକଟରୁ ଏକ କଲରାପତରିଆ ବାଘର ମୃତଦେହ ମିଳିଥିଲା। ୨ମାସ ଭିତରେ ଦୁଇଟି କଲରାପତରିଆ ବାଘର ମୃତଦେହ ମିଳିବା ବନବିଭାଗର ଚିନ୍ତାର କାରଣ ପଲଟିଛି। ରାଜ୍ୟରେ ବାଘ ମୃତ୍ୟୁ ଘଟଣା ଥମିବାର ନାମ ନେଉ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe