ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ମୃତଦେହ ଉଦ୍ଧାର

ଏକ ପ୍ରକାରର ଘଟଣାରେ ମୃତ୍ୟୁବରଣ କଲେ ପରସ୍ପରଠାରୁ ୯୦୦ କିଲୋମିଟର୍‌ ଦୂ‌ରରେ ଥିବା ଯାଆଁଳା ଭାଇ

Image Courtesy of India.com

ଆନନ୍ଦପୁର/ଅତାବିରା/ ବିନିକା: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୋଳିମାଟି ସାପ୍ତାହିକ ହାଟ ପିଣ୍ଡିରୁ ଜଣେ ଅପରିଚିତ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି l ଘସିପୁରା ପୁଲିସ ମୃତଦେହକୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି l ବୃଦ୍ଧା ଜଣକ ସ୍ଥାନୀୟ ଅଞ୍ଚଳରେ ଭିକ ମାଗି ଚଳୁଥିଲେ। ସେହିପରି ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଘୁଘୁରା ନାଳା ପାଖରୁ ଜଣେ ମହିଳାଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ତଦନ୍ତ ଦାୟିତ୍ବରେ ଥିବା ଫା‌ଣ୍ଡିଧିକାରୀ ଏସ୍‌ଆଇ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କଦଲିପାଲି ମୌଜାର ରାସ୍ତାକଡ଼ରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ବିନିକା ପୁଲିସ। ସ୍ଥାନୀୟ ଲୋକେ, ଘର ଛାତ ହୁକରୁ ଏକ ଗାମୁଛାରେ ସମ୍ପୃକ୍ତ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ବିନିକା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ଘଟଣାସ୍ଥଳରୁ ମୃତଦେହ ଜବତ କରିଛନ୍ତି। ଏ ନେଇ ବିନିକା ଥାନାରେ ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ବ୍ୟ‌ବଚ୍ଛେଦ ପରେ ମଧ୍ୟ ପରିଚୟ ନ ମିଳିବାରୁ ମୃତଦେହକୁ ସୋନପୁର ଶବାଗାରରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe