Advertisment

ସପ୍ତାହେ ଧରି ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ନିଦ ହଜାଇଲାଣି ଅଂଶୁଘାତ ମୃତ୍ୟୁ: ୩ ଦିନରେ ୯୯ଜଣଙ୍କର ପ୍ରାଣଗଲାଣି

indianexpress.com

ସୋର: ସପ୍ତାହେ ଧରି ନିଖୋଜ ଥିବା ଯୁବକଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି | ସୂଚନା ଅନୁସାରେ ସୋର ଥାନା ପଠାଣ ମହାଲ୍ଲା ଗ୍ରାମର ଶେଖ ଜୁଲଫୁକର ଗତ ତିନି ତାରିଖ ଅପରାହ୍ଣରୁ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ସୋର ଥାନାରେ ନିଖୋଜ ଥିବା ନେଇ ଏକ ଅଭିଯୋଗ ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ।

ଆଜି ମଧ୍ୟାହ୍ନରେ ସୋର ଥାନା ସାଦମାପୁରଠାରେ ଜଙ୍ଗଲରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିବା ସମୟରେ ତାହା ଶେଖ ଜୁଲଫୁକରଙ୍କର ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ସେଠାରେ ପହଂଚି ଶବକୁ ଚିହ୍ନିବା ପରେ ପୁଲିସ ଶବ ବ୍ୟବଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe