୪୭ ଘଣ୍ଟା ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

Advertisment
୪୭ ଘଣ୍ଟା ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

ଜୟପୁର: ନିଖୋଜ ହେବାର ୪୭ ଘଣ୍ଟା ପରେ ମିଳିଲା ମଇଁଷି ଚରାଳୀ ସମ୍ବାରୁ ଜାନିଙ୍କ ମୃତଦେହ | ଆଜି ପେରାହାଂଡିର ଜୟନ୍ତୀଗିରିରୁ ନିଖୋଜ ସମ୍ବାରୁଙ୍କ ମୃତଦେହକୁ ଓଡ୍ରାଫ ଟିମ ଠାବ କରିଛି | ସୂଚନା ମୁତାବକ ମାର୍ଚ୍ଚ ୨୯ ତାରିଖ ସକାଳ ୧୧ଟାବେଳେ ଜୟପୁର ବ୍ଲକ ଅର୍ନ୍ତଗତ ଦଣ୍ଡସେନାଗୁଡ଼ା ନିକଟ ଦେଇ ଯାଇଥିବା କୋଲାବ ମୁଖ୍ୟ କେନାଲରେ ଦଣ୍ଡସେନାଗୁଡ଼ାର ସମ୍ବାରୁ ଜାନି(୭୦) ମଇଁଷିକୁ ଗାଧୋଉଥିବାବେଳେ ଗୋଡ଼ ଖସି ନିଖୋଜ ହୋଇଯାଇଥିଲେ ।

publive-image

ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଗୋଡ଼ ଖସିବା ମାତ୍ରକେ ସମ୍ବାରୁ ଭାସି ଯାଇଥିଲେ। ଅନ୍ୟ ଗାଇ ଚରାଉଥିବା ଲୋକେ ଦେଖି ଦଣ୍ଡସେନାଗୁଡ଼ା ଗାଁରେ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଜୟପୁର ଏହି ସୂଚନା ପାଇ ଘଟଣାସ୍ଥଳରେ ପହଂଚି ବୋଟ ଦ୍ବାରା ଏବଂ ବିଭାଗର ବୁଡାଳିମାନେ ଖୋଜିଥିଲେ ହେଁ ପାଇ ପାରି ନଥିଲେ ଏବଂ ଓଡ୍ରାଫ ଟିମକୁ ସୂଚନା ଦେଇଥିଲେ।

୨୯ ତାରିଖ ମଧ୍ୟାହ୍ନରେ କୋରାପୁଟ ଓଡ୍ରାଫ ଟିମ ବି ପହଂଚି ଖୋଜିଥିଲେ। ତେବେ ସମ୍ବାରୁ ଜାନିଙ୍କ ର କୌଣସି ଖୋଜଖବର ମିଳିନଥିଲା | ଆଉ ଆଜି ୪୭ ଘଣ୍ଟା ପରେ ତାଙ୍କ ମୃତଦେହ ଠାବ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe