କୋଭିଡ ସନ୍ଦେହ‌ରେ ୧୮ ଘଣ୍ଟା ପଡ଼ିଲା ଶବ

Advertisment
ବନ୍ତଳା: ଲାଛବନ୍ଧ ଗାଁରେ ଯୌତୁକଜନିତ ବଧୂହତ୍ୟା ଅଭିଯୋଗ

symbolic photo

କେନ୍ଦୁଝର : ୧୮ ଘଣ୍ଟା ଶବ ପଡ଼ିରହିବାକୁ ନେଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ପରିବାର ଲୋକ ଏବଂ ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଛି। ମୃତକ ଜଣକ ହେଲେ ତୁରୁମୁଙ୍ଗା ଥାନା ବାଉଁଶୁଳି ଗୋପାଳିଆ ସାହିର ସଲିମ କୁମାର ନାଏକ (୩୫)। ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସଲିମ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

publive-image

ଡାକ୍ତରଖାନା କର୍ମଚାରୀମାନେ କୋଭିଡ ପରୀକ୍ଷା କରିବାକୁ କହି ଶବଗୃହରେ ଶବ ରଖିଦେଲେ। ସାରା ରାତି ପରିବାର ଲୋକ ଡାକ୍ତରଖାନାରେ ଜଗି ରହିଥିଲେ। ଆଜି ସକାଳେ କୋଭିଡ ପରୀକ୍ଷା କେନ୍ଦ୍ରରେ ପରିବାର ଲୋକ ବୁଝିଲା ବେଳକୁ କୋଭିଡ ପରୀକ୍ଷା ପାଇଁ ଡାକ୍ତରଖାନାରୁ କୌଣସି ରିପୋର୍ଟ ଆସିନଥିବା ଜାଣିବାକୁ ପାଇଥିଲେ। ତେବେ କୋଭିଡ ପରୀକ୍ଷା ପରେ ପ୍ରଶାସନ ପକ୍ଷରୁ ଧାଙ୍ଗରପଡ଼ା ଶ୍ମଶାନରେ ଶବଦାହ କରାଯିବ ବୋଲି କୁହାଯାଇଥିଲା। ତେବେ ଅଣକୋଭିଡ ମୃତଦେହକୁ କାହିଁକି କୋଭିଡ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନରେ ଦାହ କରାଯିବ ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଡାକ୍ତରଖାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଡାକ୍ତରଖାନା ଫାଣ୍ତିରେ ଅଭିଯୋଗ କରିବାରୁ ଖବର ପାଇ ତ଼ୁରୁମୁଙ୍ଗା ପୁଲିସ ପହଞ୍ଚିଥିଲା। ଅପରାହ୍‌ଣ ୨ଟାବେଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe