ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଗତକାଲି ନିଖୋଜେ ହୋଇ ଯାଇଥିବା ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଆଜି ସକାଳୁ ପୁରୀ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଛି। ଖବରପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ ଯେ ଅଙ୍କିତ ତାଙ୍କ ଅନ୍ୟ ୮ ଜଣ ସହଯୋଗୀଙ୍କ ସହିତ ଗତକାଲି ପୁରୀ ବୁଲି ଆସିଥିଲେ। ପରେ ସେମାନେ ସମୁଦ୍ର ସ୍ନାନ କରୁଥିବା ବେଳେ ଅଙ୍କିତ ନିଖୋଜ ହୋଇଯାଇଥିଲେ। ଅଙ୍କିତଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଠାବ
Advertisment
Follow Us