ପୋଖରୀ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।

Advertisment
ପୋଖରୀ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।

ବାଉଁଶୁଣି: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ ନୂଆପାଲି ଗାଁ ପୋଖରୀ ନିକଟରେ ବୁଧବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ପଡ଼ିଥିବା ଦେଖାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ନୂଆପାଲି ଗ୍ରାମର କିଛିଲୋକ ବୁଧବାର ସକାଳୁ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଏକ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ପୋଖରୀ ନିକଟରେ ପଡିଥିବା ଦେଖି ମନମୁଣ୍ଡା ଥାନାକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଶବ ଉଦ୍ଧାର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବିଷୟରେ ଆଲୋଚନା ହେଉଥିବାବେଳେ, ମୃତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ମିଳିପାରି ନାହଁ।ଏହି ଘଟଣାକୁ ନେଇ ମନମୁଣ୍ଡା ପୁଲିସ ଅଧିକ ଛାନଭିନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe