ବିଲ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

Advertisment
ରାଜଧାନୀ ଉପକଣ୍ଠରୁ ମିଳିଲା ମହିଳାଙ୍କ ମୃତଦେହ, ମୃତକଙ୍କ ଘର ନୟାଗଡରେ ହୋଇଥିବା ସୂଚନା

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିନ ବାହାଡାସାହି ନିକଟସ୍ଥ ବିଲ ଭିତରୁ ଆଜି ଜନୈକ ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି।ତେବେ ନିଶାଶକ୍ତ ବ୍ୟକ୍ତି ଜଣକ ସାଇକେଲରେ ଯାଉଥିବା ସମୟରେ ସାଇକେଲରୁ ପଡି ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି କୁହାଯାଉଛି । ଖବରରୁ ପ୍ରକାଶ ଯେ ରାସଗୋବିନ୍ଦପୁର ଥାନା ଅଧିନ ପଳାଶବଣୀ ସ୍ଥିତ ଶ୍ୱଶୁର ଘରକୁ ଗତ ରବିବାର ଦିନ ଆସିଥିଲେ ମୁଷାମାରି ଗ୍ରାମର ସୁରାୟ ମୂର୍ମୁ । ଶ୍ୱଶୁର ଘର ପାଖରେ ନିଶା ଖାଇ ନିଶାଶକ୍ତ ଅବସ୍ଥାରେ ସଂନ୍ଧ୍ୟା ସମୟରେ ଶ୍ୱଶୁର ଘରୁ ଏକ ସାଇକେଲ ଯୋଗେ ପଳାଇ ଆସିଥିଲେ । ତେବେ ଆଜି ସକାଳୁ ବହାଡାସାହିର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ ବିଲ ଭିତରେ ଜଣେ ବ୍ୟକ୍ତି ପଡିଛନ୍ତି ।

ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଏନେଇ ମୋରଡା ଥାନାକୁ ଖବର ଦେଇଥିଲେ । ଖବର ପାଇ ମୋରଡା ଥାନା ଅଧିନ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୁରାୟ ନିଶାଶକ୍ତ ଅବସ୍ଥାରେ ବାଲି ରାସ୍ତାରେ ସାଇକେଲ ଯୋଗେ ଯାଉଥିବାବେଳେ ଭାରସାମ୍ୟ ହରାଇ ବିଲ ଭିତରେ ପଡିଯାଇଥିବା ଅନୁମାନ କରାଯାଉଛି । ମୁଣ୍ଡ ଓ ମୁହଁରେ ଆଘାତ ଲାଗି ରକ୍ତ ବାହାରି ଥିବା ଦେଖିବାକୁ ମିଳିଥିଲା । ଖବର ପାଇ ସୁରାୟଙ୍କ ସ୍ତ୍ରୀ ରାଣୀ ମୂର୍ମୁ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

publive-image

ତେବେ ସୁରାୟଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ଅପରପକ୍ଷରେ ଶବକୁ ପୁଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ଥିବାବେଳେ ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe