ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୌଚ ପାଇଁ ଯାଇଥିବାବେଳେ ନାଳରୁ ଉଦ୍ଧାର ହେଲା ମୃତଦେହ

Advertisment
ଦିଲ୍ଲୀରେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

Image Courtesy of The Indian Express

ରିଆମାଳ: ଦେବଗଡ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ପଂଚାୟତ ଝିମ୍ପାବିରା ଗ୍ରାମର ଜଣେ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି | ବାଳକ ଜଣଙ୍କ ହେଉଛନ୍ତି ଗ୍ରାମର ମହେଶ୍ୱର ପ୍ରଧାନଙ୍କ ପୁଅ ଛତ୍ରପତି ପ୍ରଧାନ (୧୪) । ଆଜି ସକାଳେ ନିକଟସ୍ଥ ନାଳକୁ ଶୌଚ କରିବାକୁ ଯାଇ ଫେରି ନ ଥିଲେ । ପରିବାର ଲୋକ ଖୋଜାଖୋଜି କରିବାରୁ ନାଳରେ ଛତ୍ରପତିଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ।

ପାଣିରେ ବୁଡି ହୋଇ ଗୁରୁତର ଥିବା ଭାବି ପରିବାର ଲୋକ ସଙ୍ଗେସଙ୍ଗେ ଛତାବାର ମେଡିକାଲକୁ ଆଣିଥିଲେ । ଏକ ବିଷାକ୍ତ ଜୀବ କାମୁଡିଥିବାରୁ ମୃତ୍ୟୁ ହୋଇଥିବାର ଡାକ୍ତର କହିଛନ୍ତି | ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe