ମାରିଦେଲେ କି ମଦ ମାଫିଆ ?

Advertisment
ବିଲ ମଝିରୁ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ଦନେଇପୁର ମାହାଲିସାହି ଗାଁ ନିକଟରୁ ଜଣେ ବ୍ଯକ୍ତିଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତବ୍ଯକ୍ତି ଜଣକ ନିଉଦାନି ଗାଁର ହିମାଂଶୁ ପାତ୍ର। ହିମାଂଶୁ ଗତକାଲି ସଂନ୍ଧ୍ଯା ୪ଟା ସମୟରୁ ଘରୁ ବାହାରି ଆସି ଆଉ ଘରକୁ ଫେରିନଥିଲେ। ଆଜି ସକାଳୁ ସକାଳୁ ତାଙ୍କ ମୃତଦେହ ଦନେଇପୁର ଗାଁ ମାହାଲି ସାହି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ କ୍ଷତ ହୋଇଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି।

ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ କାରବାର ବଢିବାକୁ ଲାଗିଥିବାବେଳେ ମଦ ମାଫିଆମାନେ କୌଣସି କାରଣକୁ ନେଇ ହିମାଂଶୁଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି। ମୃତଦେହ ନିକଟରେ ଗୋଟିଏ ଦାଆ ଓ ଗୋଟିଏ ଠେଙ୍ଗା ପଡ଼ିଥିବାବେଳେ ହତ୍ୟାକାରୀମାନେ ତାଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଖବରପାଇ ସୋସୋ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe