ମାଛଗାଁ କେନାଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

ମାଛଗାଁ କେନାଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

ଜଗତସିଂହପୁର: ଗତ ରବିବାରଠାରୁ ନିଖୋଜ ଥିବା ଜଗତସିଂହପୁର ପୌରାଞ୍ଚଳ ଅନ୍ତର୍ଗତ ବଡ଼ବାଗ ଗାଁର ରମେଶ ସାହୁଙ୍କ ପୁଅ ରାମଚନ୍ଦ୍ର ସାହୁଙ୍କ ମୃତଦେହ ଆଜି କଲେଜ ଛକ ନିକଟ ମାଛଗାଁ କେନାଲରୁ ମିଳିଛି। ରବିବାର ଦିନ ବଡ଼ବାଗର କେଶବ ବେହେରାଙ୍କ ଘରେ ଭୋଜି ହୋଇଥିଲା। ସେଠାରେ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରା ଓ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ। ତେବେ ଉକ୍ତ ରାତିରେ କୌଣସି କାରଣ ପାଇଁ ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।

ପୁଲିସ କେଶବ ବେହେରା, କେଶବଙ୍କ ସ୍ତ୍ରୀ ରିନା ବେହେରା, ପ୍ରଶାନ୍ତ ବେହେରାକୁ ଅଟକ ରଖିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ ମାଛଗାଁ କେନାଲରେ ଏକ ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ଦେଖିଥିଲେ | ଆଉ ଏହା ପରେ ସେମାନେ ପୁଲିସକୁ ଏବାବଦରେ ସୂଚନା ଦେଇଥିଲେ |

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲା | ରବିବାରଠାରୁ ନିଖୋଜ ଥିବା ରାମଚନ୍ଦ୍ରଙ୍କର ମୃତଦେହ ବୋଲି ଜଣାପଡିବା ପରେ ପୁଲିସ ଏବେ ତଦନ୍ତ କରୁଛି | ତେବେ ରବିବାର ଦିନ ଆୟୋଜିତ ଭୋଜିରେ କଣ ସବୁ ଘଟଣା ଘଟିଥିଲା ଓ କିଭଳି ରାମଚନ୍ଦ୍ରଙ୍କର ମୃତ୍ୟୁ ହେଲା ପୁଲିସ ସେ ନେଇ ତଦନ୍ତ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe