ପାୱାର ଚ୍ୟାନେଲ୍‌ରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

Advertisment
ନିର୍ବନ୍ଧ ପୂର୍ବରୁ କୂଅରେ ପଡ଼ି ଯୁବକ ମୃତ

ସମ୍ବଲପୁର: ବୁଧବାର ବୁର୍ଲା ଥାନା ଅଠରହଜାରଠାରେ ହୀରାକୁଦର ପାୱାର ଚ୍ୟାନେଲ୍‌ରେ ବୁଧବାର ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଣଙ୍କ ବୁର୍ଲା ଥାନା ବିଷ୍ଣୁମନ୍ଦିର ପଡ଼ାର ପ୍ୟାରୀ କୁମ୍ଭାର(୪୫) ବୋଲି ଜଣାପଡ଼ିଛି। ଏନେଇ ବୁର୍ଲା ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ସମୟରେ ବୁଧବାର ଏହା ଅପମୃତ୍ୟୁ ମାମଲାକୁ ରୂପାନ୍ତରିତ କରାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋ‌କଙ୍କୁ ହସ୍ତାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨ ତାରିଖ ରାତିରେ ବିଷ୍ଣୁମନ୍ଦିର ପଡ଼ାର ପ୍ୟାରୀ ପାୱାର ଚ୍ୟାନେଲ୍‌କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ନିଖୋଜ ଥିବା ନେଇ ଅଭିଯୋଗ ହେବା ପରେ ଉକ୍ତ ରାତିରେ ହିଁ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯାଇଥିଲା। କିନ୍ତୁ ସେ ମିଳିନଥିଲେ।

ତେବେ ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଅଠରହଜାର ନିକଟସ୍ଥ ଡ୍ୟାମ୍‌ ତଳପାର୍ଶ୍ବରେ ଏକ ଗଳିତ ଶବ ଲାଗିଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ପୁଲିସ୍‌ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ କରିଥିଲା। ପ୍ରାଥମିକ ଅବସ୍ଥାରେ ମୃତଦେହଟି କାହାର ଜଣାପଡ଼ିନଥିଲେ ହେଁ ପାୱାର ଚ୍ୟାନେଲର ଏହି ସ୍ଥାନଟି ବୁର୍ଲା ସହରରୁ ମାତ୍ର ୧ କିମି ଦୂରରେ ରହିଥିବାରୁ ତାହା ବୁର୍ଲାର କୌଣସି ବ୍ୟକ୍ତିଙ୍କର ବୋଲି ସନ୍ଦେହ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe