ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

Advertisment
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

Sambad

ଭଦ୍ରକ: ଏପ୍ରିଲ ୧ ଉତ୍କଳ ଦିବସରେ ଭଦ୍ରକ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଭଦ୍ରକ ମେଡିକାଲ କଲେଜ ସ୍ଥାପନ ପାଇଁ ଆନ୍ଦୋଳନ କରିବାକୁ ଶପଥ ନେଇଛନ୍ତି। ଯେତେବେଳ ପର୍ଯ୍ୟନ୍ତ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହୋଇଛି ସେତେଦିନ ପର୍ଯ୍ୟନ୍ତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏହି ଆନ୍ଦୋଳନ କ୍ରମାଗତ ଧାରାରେ ଚାଲୁ ରଖିବା ପାଇଁ ନିଷ୍ପତ୍ତି କରାଗଲା। ସରକାର ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଉପରେ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବ ପ୍ରଦାନ ନ କଲେ ଆଜୀବନ ଆନ୍ଦୋଳନ ଧାରା ଜାରି ରହିବ।

କ୍ରିୟାନୁଷ୍ଠାନ କମିଟିର ସଭାପତି ଡଃ. ହରେକୃଷ୍ଣ ନାୟକଙ୍କ ସଭାପତିତ୍ବରେ ସଂଚାଳକ ଶାନ୍ତନୁ କୁମାର ରାଉତ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡଃ. ରାଧାରାଣୀ ମହାପାତ୍ର, ବୈଲୋଚନ ବେହୁରିଆ, ରମେଶ ଦାସ, ଆଦିତ୍ୟ କୁମାର ନାୟକ, ଅମର କୁମାର ପାଣିଗ୍ରାହୀ, ଜଗନ୍ନାଥ ରାଉତ, କୈଳାସ ଚନ୍ଦ୍ର ମହାପାତ୍ର, ଅମରେନ୍ଦ୍ର ବିଶ୍ବାଳ, କିଶୋର ଚନ୍ଦ୍ର ବଳ, ଦିଲ୍ଲୀପ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe