ଖାରିଗୁଡା ଗ୍ରାମରୁ ଜଙ୍ଗଲୀ କୁଟରା ଉଦ୍ଧାର

Advertisment
ଖାରିଗୁଡା ଗ୍ରାମରୁ ଜଙ୍ଗଲୀ କୁଟରା ଉଦ୍ଧାର

ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳର ଖାରିଗୁଡା ଗ୍ରାମରେ ଏକ ଜଙ୍ଗଲୀ କୁଟୁରାକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। କୁଟୁରାଟି ଭୁଲ ବଶତଃ ଜଙ୍ଗଲରୁ ଗ୍ରାମ ଆଡକୁ ପଳିଆସିଥିବା ବେଳେ କିଛି କୁକୁର ତାକୁ ଗୋଡାଇଥିଲେ ଏହାପରେ ସେ ନିକଟସ୍ଥ ପୋାଖରୀ ଆଡକୁ ପଳାଇଥିଲା। ଏହାପରେ ଗ୍ରାମବାସୀମାନେ ତାକୁ ସେଠାରୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି କୁଟାରାଟିକୁ ଉଦ୍ଧାର କରି ସ୍ବାସ୍ଥର ଯତ୍ନ ନେବା ସହ ସୁସ୍ଥ ହେଲେ ଜଙ୍ଗଲ ଭିତରେ ଛଡାଯିବ ବୋଲି ବନପାଳ ସୁକାନ୍ତ କୁମାର ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe