Telegraph India
ଜୟପୁର: ସହରର ନୂଆ ସାହି ଅଞ୍ଚଳରେ ଗତକାଲି ରାତି ୧୦ଟା ବେଳେ ଅଘଟଣ ଘଟିଛି । ଗତ କାଲି ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ହୋଇଥିଲା। ରାତି ୧୦ଟା ବେଳେ ରାତ୍ରଭୋଜନ ସାରି ହାତ ଧୋଇ ଟାୱଲରେ ହାତ ପୋଛୁଥିବା ବେଳେ ବିଦ୍ୟୁତ ଆଘାତରେ ନୂଆସାହିର ପବିତ୍ର କୁମାର ସରଣ(୩୭)ଙ୍କ ମୃତ୍ୟୁ ଘଟିଛି ।
/sambad/media/post_attachments/wp-content/uploads/2021/04/jpr-pobitra-1.jpg)
ସୂଚନାଯୋଗ୍ୟ, ଗତ କାଲି ରାତିରେ ମୃତ ପବିତ୍ର ରାତ୍ରଭୋଜନ ସାରିଥିଲେ। ହାତ ଧୋଇ ଏହାକୁ ପୋଛିବାକୁ ବାହାରେ ଥିବା ଟାୱଲକୁ ଧରିଥିଲେ। ତେବେ କାଳବୈଶାଖୀ ପବନରେ ବିଦ୍ୟୁତ ତାର ଛିଣ୍ଡି ଟାୱଲ ମଧ୍ୟରେ ପଶି ରହିଥିଲା। ସେ ଜାଣି ନ ପାରି ଏହାକୁ ଧରି ପକାଇଥିଲେ। ବିଦ୍ୟୁତ ତାରରେ ଲାଗିଯିବାରୁ ଦୁରକୁ ଛିଟିକି ପଡିଯାଇଥିଲେ ପବିତ୍ର । ତାଙ୍କ ପତ୍ନୀ ଖ୍ରୀଷ୍ଠୀୟାନପେଟ୍ଟାରେ ରହୁଥିବା ପବିତ୍ରଙ୍କ ଭାଇମାନଙ୍କୁ ସୂଚନା ଦେଇଥିଲେ। । ପରିବାରବର୍ଗ ଆସି ରାତିରେ ପବିତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ବାଟରେ ହିଁ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ଏ ନେଇ ଜୟପୁର ଟାଉନଥାନାରେ ଅପମୃତ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଥାନା ଆଇଆଇସି ବାଲେଶ୍ବର ଗିଦ୍ଧି ଓ ଏଏସଆଇ କେଟି ଆହମ୍ମଦ। ଆଜି ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ମୃତ ପବିତ୍ର ଧର୍ମପରାୟଣ, ମିଷ୍ଠଭାଷୀ, ମେଳାପୀ, କ୍ରୀଡାବିତ୍ ଭାବେ ସହରରେ ପରିଚିତ। ଘରୋଇ ସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପରିବାରବର୍ଗକୁ ଆର୍ଥିକ ସହଯୋଗ ଯୋଗାଇବାକୁ ତାଙ୍କ ସ୍ତ୍ରୀ ନିବେଦନ କରିଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।
Follow Us