ପାଇକ ସଂଗଠନଗୁଡ଼ିକ ପକ୍ଷରୁ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

Advertisment
ପାଇକ ସଂଗଠନଗୁଡ଼ିକ ପକ୍ଷରୁ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ଖୋର୍ଦ୍ଧା : ଖୋର୍ଦ୍ଧା ମାଟିର ଅନ୍ୟତମ ବୀରପୁତ୍ର ୧୮୧୭ ପାଇକ ବିଦ୍ରୋହର ସେନା ନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ଆଜି ଖୋର୍ଦ୍ଧା ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି ।

ଓଡ଼ିଶା ପାଇକ ଏକାଡେମୀ ପକ୍ଷରୁ ଖୋର୍ଦ୍ଧା ଗଡ଼ ଛକ ଠାରେ ଥିବା ପଂଚପାଇକ ପୀଠ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବକ୍ସି ଜଗବନ୍ଧୁଙ୍କ ସହ ପାଇକ ବିଦ୍ରୋହର ୫କର୍ଣ୍ଣଧାରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପାଇକ ରେଜିମେଂଟ୍ ପାଇଁ ଶପଥ ପାଠ କରାଯିବା ପରେ ପାଇକ ଆଖଡ଼ା ପ୍ରଦର୍ଶନ ସହ ଏକ ଶୋଭାଯାତ୍ରା ଖୋର୍ଦ୍ଧା ଗଡ଼ ଠାରେ ପହଂଚିଥିଲା । ଖୋର୍ଦ୍ଧା ଗଡ଼ ଠାରେ ଅନୁଷ୍ଠିତ ସଭାରେ ଏକାଡେମୀରେ ସଭାପତି ଡ ଦିଲିପ ଶ୍ରୀଚନ୍ଦନ, ଓଡ଼ିଶା ବୀର ମହାସଂଘର ସଭାପତି ଡ ପ୍ରକାଶ ଶ୍ରୀଚନ୍ଦନ, ନ୍ୟୁ ଥିକିଂ ଫୋରମ୍ର ସଭାପତି ନରେନ୍ଦ୍ର ପୃଷ୍ଟି, ଗଣେଶ ସାମନ୍ତ ସୁନୀଲ ସୁନ୍ଦରାୟଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବକ୍ତାମାନେ ଭାରତୀୟ ସେନାରେ ସ୍ୱତନ୍ତ୍ର ପାଇକ ରେଜିମେଂଟ୍ର ଗଠନ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତାର ମାନ୍ୟତା, ଖୋର୍ଦ୍ଧା ଗଡ଼ର ବିକାଶ, ପାଇକ ସ୍ମାରକୀର ତୁରନ୍ତ ନିର୍ମାଣ ପ୍ରସଙ୍ଗ ନେଇ ଆନେ୍ଦାଳନ କରିବାକୁ ଆହ୍ୱାନ ଦେଇଥିଲେ ।

ସେହିଭଳି, ବିଜେବି ନଗର ସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ଭୀମସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଐତିହାସିକ ସତ୍ୟବାଦୀ ବଳିଆରସିଂହ, ବରିଷ୍ଠ ଆଇନଜୀବୀ ବିଚିତ୍ର ବଡ଼ଜେନା, ସମାଜସେବୀ ଇଂ ଶିଶିର କୁମାର ନାୟକ, ବରିଷ୍ଠ ନାଗରିକ ମଂଚର ସଂପାଦକ ରାମଶଙ୍କର, ଆମରିସତ୍ୟର ପ୍ରତିଷ୍ଠାତା ଡ. ପ୍ରମୋଦ ଚନ୍ଦ୍ର ଦାଶ, ସମ୍ବାଦ ସାହିତ୍ୟ ଘରର ସଂପାଦକ ଗୋବିନ୍ଦ ଚନ୍ଦ୍ର ମହାରଣା, ଶିକ୍ଷାବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ବୈଦ୍ୟନାଥ ବରାଳ, ଗୋଦାବରୀଶ ପାଇକରା. ବକ୍ସି ଜଗବଂଧୁ ସ୍ମାରକୀ ମଂଚର ସଂପାଦକ ସମରେନ୍ଦ୍ର ବଳିଆରସିଂହ ପ୍ରମୁଖ ଯୋଗ ଦେଇ ଭାରତ ଇତିହାସରେ ପାଇକ ବିଦ୍ରୋହର ସ୍ଥାନ ଓ ବ୍ରିଟିଶ ଶାସନ ବିରୋଧରେ ଏହାର ପ୍ରାଥମିକତା ନେଇ ଆଲୋଚନା କରିଥିଲେ । ବରୁଣେଇ ଠାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ସ୍ଥାପନ ସମ୍ପର୍କରେ ବକ୍ତାମାନେ ଦାବି ଉପସ୍ଥାପିତ କରିଥିଲେ । କଳିଙ୍ଗ ପାଇକ ସଂଗଠନର ସଂପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe