୨୧ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକୀ, ସମ୍ମାନିତ ହେବେ ୧୩ ଗୀତିକାର ଓ ଗାୟକ

Advertisment
ତିରୋଧାନ ତାରିଖ: ଜାନକୀବଲ୍ଲଭ ପଟ୍ଟନାୟକ

The Hindu

ଖୋର୍ଦ୍ଧା: ଆସନ୍ତା ୨୧ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟପାଳ ଓ ତିରୁପତି ସଂସ୍କୃତ ମହାବିଦ୍ୟାଳୟର କୁଳପତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳିତ ହେବ। ଏନେଇ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସଂଗୀତରେ ସ୍ୱର୍ଗତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯିବା ଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଟ୍ରଷ୍ଟର ସମ୍ପାଦକ ସଂଜୟ କୁମାର ପଟ୍ଟନାୟକ ଓ କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଏନେଇ ସୂଚନା ଦେଇ କହିଛନ୍ତି ଯେ ୨୧ ତାରିଖ ସ୍ଥାନୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନରେ ସଂଧ୍ୟା ୬ଟାରେ ଶ୍ରଦ୍ଧାଂଜଳି ସଭା ଓ ୭ଟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ସ୍ୱନାମଧନ୍ୟ ଗିତିକାର, ଗାୟକ- ତାନସେନ୍ ସିଂହ, ଲକ୍ଷ୍ମିକାନ୍ତ ପାଲିତ, ପ୍ରେମ ଆନନ୍ଦ, ମିତାଲି ଚିନ୍ନାରା, ସୁବାସ ଦାସ, ଝୁମୁକି ରଥ, ଶୈଳଭାମା ମହାପାତ୍ର, ସୌରଭ ନାୟକ, କିଷ୍ଣା ମିଶ୍ର, ଦୀପ୍ତିରେଖା ପାଢ଼ୀ, ନାଜିଆ ଆଲାମ, ବିଭୂ କିଶୋର, ଜୟଶ୍ରୀ ଧଳ ପ୍ରମୁଖଙ୍କୁ ସମ୍ମାନିତ କରାଯିବ।

ଏହା ସହ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଂଜଳି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ମାନଓ ରଂଜନ ମଙ୍ଗରାଜ, ମୁଖ୍ୟ ବକ୍ତା ଭାବେ ଯୋଜନାବୋର୍ଡ ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଷାଣୀ, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ, ପୂର୍ବତନ ବିଧାୟକ ଦିଲିପ ଶ୍ରୀଚନ୍ଦନ, ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପୌର ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଖୋର୍ଦ୍ଧା ମାଟିର ଦାୟାଦ ପ୍ରବାଦପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିବାକୁ ସ୍ମୃତି କମିଟି ପକ୍ଷରୁ ସମ୍ପାଦକ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe