CREATOR: gd-jpeg v1.0 (using IJG JPEG v62), quality = 100
ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ହାଇସ୍କୁଲ ଛକରେ ଶନିବାର ରାତିରେ ଏକ ଅଜଣା କାର୍ ଧକ୍କାରେ ମାନଗୋବନ୍ଦ ନାୟକଙ୍କ ପୁଅ ବୈକୁଣ୍ଠ ନାୟକ (୪୦)ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ସେ ରାତିରେ ଖାଇ ସାରି ରାସ୍ତାରେ ବୁଲା ବୁଲି କରୁଥିଲେ। ଏହି ସମୟରେ ଏକ ଅଜଣା କାର୍ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦେବଗଡ଼ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପରେ ବୁର୍ଲା ବଡ ମେଡିକାଲକୁ ପଠାଯାଇଥିଲା।
ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ରବିବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନ ପ୍ରାୟ ୨ଟାରେ କ୍ଷତିପୂରଣ ଦାବିରେ ଓ ଗାଡିକୁ ଧରିବା ପାଇଁ ପରିବାର ଓ ସ୍ଥାନୀୟ ଜନସାଧାରଣ ଶବ ରଖି ଦେବଗଡ଼-ଅନୁଗୁଳ ରାସ୍ତା ଅବରୋଧ କରିଥିଲେ। ରିଆମାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିଝାସୁଝା କରିଥିଲେ। ବୈକୁଣ୍ଠଙ୍କ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ବେସାହାରା ହୋଇ ପଡ଼ିଛନ୍ତି।
Follow Us