ପୂର୍ବତନ ଆଇବି ଅଧିକାରୀ ଦୁର୍ଗାଚରଣ ନାୟକଙ୍କ ପରଲୋକ

ପୂର୍ବତନ ଆଇବି ଅଧିକାରୀ ଦୁର୍ଗାଚରଣ ନାୟକଙ୍କ ପରଲୋକ

ସମ୍ବଲପୁର: ପୂର୍ବତନ ବରିଷ୍ଠ ଆଇବି ଅଧିକାରୀ ଦୁର୍ଗାଚରଣ ନାୟକ(୭୬)ଙ୍କ ଶୁକ୍ରବାର ଭୋର ପରଲୋକ ହୋଇଛି। ମୟୁରଭଞ୍ଜ ବମ୍ବେ ଛକର ମୂଳ ବାସିନ୍ଦା ଶ୍ରୀ ନାୟକ ଚାକିରିରୁ ଅବସର ଗ୍ରହଣ କରିବା ପରେ ଭୁବନେଶ୍ବରରେ ରହୁଥିଲେ। ରୁଚି ଥିବାରୁ ସେ ଯଦିଓ ରାଜନୀତିରେ ପ୍ରବେଶ କରିଥିଲେ। ଦେହ ଅସୁସ୍ଥ ହେବାରୁ ସେ ଛାଡ଼ି ଦେଇଥିଲେ। ଗତ ୧୧ ତାରିଖ ଦିନ ବେଙ୍ଗାଲୁରୁ ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ। ସେଠାରେ ପାର୍କରେ ବୁଲିବା ବେଳେ ସେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।

ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ସକାଳ ଭୋର ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶେଷଶଯ୍ୟା ନିକଟରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣରେ ବିଜ୍ଞାପନ ବିଭାଗରେ କାର୍ଯ୍ୟରତ ତାଙ୍କ ପୁଅ ଅଶୋକ ନାୟକ, ବୋହୂ ଅଞ୍ଜନା ପଣ୍ଡା, ନାତୁଣି ସଞ୍ଚିତା ନାୟକ, ଝିଅ ପ୍ରିୟମ୍ବଦା ବେହେରା, ଜ୍ବାଇଁ ଶୁଭାଶିଷ ବେହେରା, ନାତି ଶିବାଂଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଅଶୋକ ନାୟକ ତାଙ୍କ ପାଖରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe