ଜିକେସିଇଟି କଲେଜ ଅଧ୍ୟକ୍ଷଙ୍କର ମୃତ୍ୟୁ

Advertisment
ଜିକେସିଇଟି କଲେଜ ଅଧ୍ୟକ୍ଷଙ୍କର ମୃତ୍ୟୁ

ଜୟପୁର: ପାମ୍ପୁଣୀ ରାଣୀପୁଟସ୍ଥ ଗୋପାଳ କୃଷ୍ଣ କଲେଜ  ଅଫ୍ ଇଂଜିନିୟରିଂ ଏଣ୍ଡ ଟେକ୍ନଲୋଜି(ଜିକେସିଇଟି)ର ଅଧ୍ୟକ୍ଷ ଗୌରୀଶଙ୍କର ସାହୁଙ୍କର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ, ଛାତ୍ରବତ୍ସଳ, ହସହସ ମୁହଁ ବ୍ୟକ୍ତି ଭାବେ ସହରରେ ସବୁ ବର୍ଗରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।

ପରିଚାଳନା କମିଟିର ସଭାପତି ଗୁପ୍ତପ୍ରସାଦ ଦାଶ, କାଳୀ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ପଦ୍ମନାଭ ନାହାକଙ୍କ ସମେତ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକା ଆଦି ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe