ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଧମକ

ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା!

ବିଂଝାରପୁର,: ବିଂଝାରପୁର ବ୍ଲକ୍‌ରେ ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ। ବରଂ ତଥ୍ୟ ମାଗିଥିବା ସୂଚନା ଅଧିକାର କର୍ମୀଙ୍କୁ ଧମକ ମିଳୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଚନ୍ଦ୍ରମୁଁ ପଞ୍ଚାୟତ ବାଣପୁର ଗ୍ରାମର ଉପେନ୍ଦ୍ର କୁମାର ରାଉତ ଗତ ମାର୍ଚ୍ଚ ମାସ ୧୪ ତାରିଖରେ ବିଂଝାରପୁର ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରୁ କିଛି ନିର୍ଦିଷ୍ଟ ତଥ୍ୟ ମାଗିଥିଲେ। ତଥ୍ୟ ପାଇବାପାଇଁ ୯୭ ହଜାର ୮୩୨ ଟଙ୍କା ପୈଠ କରିବାକୁ କାର୍ଯ୍ୟାଳୟର ଚିଠି ସଂଖ୍ୟା ୩୩୬ ଅନୁଯାୟୀ ମାର୍ଚ୍ଚ ୨୮ ତାରିଖରେ ଶ୍ରୀ ରାଉତଙ୍କୁ ଜଣାଇ ଦିଆଯାଇଥିଲା।

ଜନସ୍ୱାର୍ଥ ମାମଲା ନଂ ୪୭୯୭ ର ବିଚାରକରି ଓଡ଼ିଶା ଉଚ୍ଚନ୍ୟାୟାଳୟ ୨୦୧୩ ଜୁଲାଇ ୨୦ ତାରିଖରେ ଦେଇଥିବା ରାୟ ଅନୁଯାୟୀ ବିପିଏଲ ବର୍ଗର ଲୋକ ସୂଚନା ଅଧିକାର ଆଇନ ବଳରେ ସଂପୂର୍ଣ୍ଣ ମାଗଣାରେ ତଥ୍ୟ ପାଇବାର ପ୍ରାବଧାନ ରହିଛି। ଏହାସତ୍ତ୍ବେ ବିଂଝାରପୁର ବ୍ଲକରେ କାର୍ଯ୍ୟରତ ସିଡିପିଓ ଏତେ ପରିମାଣରେ ଅର୍ଥ ଦାବି କରୁଥିବା ଅଭିଯୋଗ କରି ଉପେନ୍ଦ୍ର ଯାଜପୁର ଜିଲ୍ଲାପାଳ, ମିସନଶକ୍ତି ନିର୍ଦେଶକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଉଚ୍ଚନ୍ୟାୟାଳୟରେ ଲିଖିତ ଭାବେ ଜଣାଇଥିଲେ।

ଏଥିସହ ଗତ ଏପ୍ରିଲ ୧୮ ତାରିଖରେ ସିଡିପିଓଙ୍କ ନିକଟରେ ପ୍ରଥମ ଆବେଦନ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସିଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ଲକ ପ୍ରକଳ୍ପ ସଂଯୋଜକ ଲକ୍ଷ୍ମୀଶଙ୍କର ସେନାପତି ତାଙ୍କ ସମ୍ପର୍କୀୟଙ୍କୁ ଫୋନ ଯୋଗେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଶ୍ରୀ ରାଉତ ବିଂଝାରପୁର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଗତକାଲି ଅଭିଯୋଗ କରିଥିଲେ। ଏନେଇ ଜିଲ୍ଲାପାଳ ବ୍ଲକ ପ୍ରକଳ୍ପ ସଂଯୋଜକ ଶ୍ରୀ ସେନାପତିଙ୍କୁ ତାଗିଦ କରିଥିଲେ। ଉପେନ୍ଦ୍ର ଅଭିଯୋଗ ସାରି ଫେରୁଥିବାବେଳେ ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ହିଁ କିଛି ଅସାମାଜିକ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଅଭିଯୋଗ କରିଥିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ବୋଲି ସେ ପୁଣି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏନେଇ ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ଶ୍ରୀ ସେନାପତିଙ୍କୁ ପଚାରିବାରୁ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe