ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ସିବିରେ ଜୀବନ ହାରିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ବସ୍‌ରେ ୧୧କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ସିବିରେ ଜୀବନ ହାରିଲେ ଆଉ ଜଣେ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

କଟକ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ଲାଗି ବରପକ୍ଷକୁ ନେଇ ଯାଉଥିବା ବସରେ ବିଦ୍ୟୁତ ତାର ଲାଗିବା ଘଟଣାରେ ଶନିବାର ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ମହାଲକ୍ଷ୍ମୀ ରେଡ୍ଡୀ (୫୫)। ଆଜି ରାତି ସାଢ଼େ ୮ଟାରେ ମହାଲକ୍ଷ୍ମୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କୁ ଏସ୍‌ସିବିର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ଏସ୍‌ସିବିରେ ଏଯାଏଁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ପୂର୍ବରୁ ଏସ୍‌ସିବିରେ ୟୁ ଦେବରାଜ ନାମରେ ଜଣେ ୧୧ ବର୍ଷର ବାଳକଙ୍କ ମୃତ୍ୟୁ ହୋଇଥିଲା। କଟକସ୍ଥିତ ଏସ୍‌ସିବି ମେଡିକାଲରେ ଗୁରୁତର ୟୁ ଦେବରାଜ ପହଞ୍ଚିବା ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ସୁଦ୍ଧା ଏହି ଘଟଣାରେ ଗୁରୁତର କଟକ ବଡ଼ମେଡିକାଲର ଆଇସିୟୁରେ ୫ ଜଣ ଓ ଓ୍ଵାର୍ଡରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଛି।

ମୃତକଙ୍କ ତାଲିକା

୧) ବି. ଇରମ୍ମା ରେଡ୍ଡୀ (୩୮), ସ୍ୱାମୀ: ଚେନ୍ନୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୨) ବି. ଅଚିମ୍ମା (୬୫), ସ୍ୱାମୀ: ଗୁଡିଆ, ଗ୍ରାମ: ଡଙ୍କଲପାଡୁ
୩) କେ. ସନ୍ଧ୍ୟା (୩୫), ସ୍ୱାମୀ: ପପ୍ପେୟା ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୪) କାମରାଜୁ ରେଡ୍ଡୀ (୬୫), ପିତା: ସ୍ୱର୍ଗତ ପୁରୁଷୋତ୍ତମ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୫) ବି ମୋହିନୀ (୪୦), ସ୍ୱାମୀ: ନୀଳକଣ୍ଠ, ଗ୍ରାମ: ଡଙ୍କଲପାଡୁ
୬) ବି ରମେୟା (୫୫), ପିତା: ସ୍ୱର୍ଗତ ବି ପଟାରି, ଗ୍ରାମ: ଡଙ୍କଲପାଡୁ
୭) ତୁଲାସାମା (୩୭), ସ୍ୱାମୀ: ଗୋପାଳ ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୮) ସନ୍ତୋଷିନୀ ସାହୁ (୧୫), ପିତା: ଗୋପାଳ ସାହୁ, ଗ୍ରାମ: ଡଙ୍କଲପାଡୁ
୯) ତରଣ୍ୟା ରେଡ୍ଡୀ (୫୭), ସ୍ୱାମୀ: ସ୍ୱର୍ଗତ ବି ସନାଫକୀର ରେଡ୍ଡୀ, ଗ୍ରାମ: ଡଙ୍କଲପାଡୁ
୧୦) ୟୁ ଦେବରାଜ (୧୧)
୧୧) ମହାଲକ୍ଷ୍ମୀ ରେଡ୍ଡୀ (୫୫)

publive-image

ଏସ୍‌ସିବି ଆଇସିୟୁରେ ଚିକିତ୍ସିତ ହେଉଥିବା ଅନ୍ୟ ଆହତମାନେ ହେଲେ

୧) ବି ପ୍ରସାଦ ରେଡ୍ଡୀ (୪୦), ପି: ଡି. ଦାମୋଦର ରେଡ୍ଡୀ
୨) ବଳରାମ ରେଡ୍ଡୀ (୫୫), ପି: ଲୋକନାଥ ରେଡ୍ଡୀ
୩) ଭାରତୀ ରେଡ୍ଡୀ (୧୫), ପି: ସୁରେଇ ରେଡ୍ଡୀ
୪) କେ ଜାନକୀ ଅମ୍ମା ରେଡ୍ଡୀ (୪୦), ପି: କେ ହେମନ୍ତ ରେଡ୍ଡୀ
୫) ପି ସାରଦା ରେଡ୍ଡୀ (୪୦), ସ୍ୱା: ଗୋପାଳ ରେଡ୍ଡୀ

ସୂଚନାଯୋଗ୍ୟ, ଗତ ରବିବାର ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଡଙ୍କଲପାଡୁ ଗାଁର ଏକ ବରପକ୍ଷର ୪୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏକ ବସ୍‌ରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ତେବେ, ଯିବା ବାଟରେ ମେନ୍ଦ୍ରାଜପୁରଠାରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା।

ବିଦ୍ୟୁତ୍‌ କରେଣ୍ଟ୍‌ ଆଘାତରେ ଘଟଣାସ୍ଥଳରେ କିଛି ଲୋକଙ୍କର ଜୀବନ ଚାଲି ଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ବ୍ରହ୍ମପୁରର ଏମେ୍‌କସିଜି, କଟଟର ଏସ୍‌ସିବି ମେଡିକାଲ୍‌ରେ ଓ ଆହତମାନଙ୍କୁ ତେନ୍ତୁଆପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe