ପୂର୍ବତନ ଆଇଏଏସ ଅଧିକାରୀ ଦେବବ୍ରତ କଣ୍ଠଙ୍କର ପରଲୋକ

ପୂର୍ବତନ ଆଇଏଏସ ଅଧିକାରୀ ଦେବବ୍ରତ କଣ୍ଠଙ୍କର ପରଲୋକ

ଯାଜପୁର: ମଙ୍ଗଳବାର ରାତି ପ୍ରାୟ ୯.୫୫ ରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦଶରଥପୁର ଗ୍ରାମର ପୂର୍ବତନ ଆଇଏଏସ ଅଧିକାରୀ ଦେବବ୍ରତ କଣ୍ଠ(୬୦) ଙ୍କର ପରଲୋକ ହୋଇଯାଇଛି | ସେ ପୁରୀରେ ରହୁଥିବାବେଳେ ଗତକାଲି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି | ସେ ଆନ୍ଧ୍ରପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ |

ପରେ ୨୦୦୯ ମସିହାରେ କଂଗ୍ରେସ ଦଳରୁ ଯାଜପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପାଇଁ ନିର୍ବାଚନ ଲଢ଼ିଥିଲେ ବି ପରାସ୍ତ ହୋଇଥିଲେ | ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି | ସେ ଓଡ଼ିଶାର ପ୍ରଥମ ମହିଳା ଆଇପିଏସ ସୌମ୍ୟା ମିଶ୍ରଙ୍କୁ ବିବାହ କରିଥିଲେ | ଦେବବ୍ରତ କଣ୍ଠ ୧୯୮୦ ମସିହାରେ ଦଶରଥପୁର ହାଇସ୍କୁଲରୁ ମାଟ୍ରିକ ପାସ କରିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe