The Indian Express
ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଅଗ୍ନିଶମ ସେବା କେନ୍ଦ୍ର ସମ୍ମୁଖ ରାସ୍ତାରେ ଆଜି ଭୋର ୪ଟା ସମୟରେ ଦୁଇଜଣ ଦୁର୍ବୃତ୍ତ ଜଣେ ମାଛ ବେପାରୀଙ୍କ ବେକରେ ଭୁଜାଲି ଲଗାଇ ତାଙ୍କ ନିକଟରେ ଥିବା ୪ ହଜାର ଟଙ୍କା ଓ ମୋବାଇଲ ଫୋନ ଛନାଇ ନେଇଛନ୍ତି। ଟଙ୍କା ଏବଂ ମୋବାଇଲ ଫୋନ ଲୁଟି ନେବା ପରେ ସେମାନେ ଟଙ୍କପାଣି ବ୍ରିଜ ରାସ୍ତାରେ ଫେରାର ହୋଇଯାଇଥିଲେ। ଲୁଟର ଶିକାର ମାଛ ବେପାରୀଙ୍କ ଘର ବାଲିପାଟଣା ଥାନା ଅଞ୍ଚଳରେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। କିନ୍ତୁ ତାଙ୍କ ପରିଚୟ ଏବଂ ସମ୍ପୂର୍ଣ୍ଣ ଠିକଣା ରିପୋର୍ଟ ଲେଖା ହେବା ବେଳକୁ କିନ୍ତୁ ମିଳିପାରି ନାହିଁ।
ସୂଚନା ମୁତାବକ ସମ୍ପୃକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ଅଭିମୁଖେ ସବୁଦିନ ଭଳି ଏକୁଟିଆ ମାଛ ପାଇଁ ବାଇକରେ ଯାଉଥିଲେ। ହେଲେ ଦୁର୍ବୃତ୍ତ ଦ୍ବୟ ତାଙ୍କୁ ପିଛା କରି ଅଗ୍ନିଶମ ସେବା କେନ୍ଦ୍ର ନିକଟରେ ଅଟକାଇଥିଲେ। ସେ ଅଟକିବା ପରେ ତାଙ୍କୁ ଭୟଭୀତ କରି ଟଙ୍କା ଏବଂ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇଯାଇଥିଲେ। ଅନ୍ୟପକ୍ଷରେ ଏସମ୍ପର୍କରେ ବାଳକାଟି ଫାଣ୍ଡି ଅଧିକାରୀଙ୍କୁ ପଚାରିବାରେ ଫାଣ୍ଡିରେ ଏନେଇ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି।
Follow Us