ଦୋକାନ ସମ୍ମୁଖରୁ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା-ରୁପା ଲୁଟି ନେଲେ ଲୁଟେରା

ଦୋକାନ ସମ୍ମୁଖରୁ ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା-ରୁପା ଲୁଟି ନେଲେ ଲୁଟେରା

ଭଦ୍ରକ: ବାଇକ ଡ଼ିକି ଭାଙ୍ଗି ଦୋକାନ ସମ୍ମୁଖରୁ ସୁନା ଲୁଟି ନେଲେ ଲୁଟେରା। ଭଦ୍ରକ ସହରାଞ୍ଚଳ ଥାନା ଛକ ନିକଟରେ ଥିବା ସୁନା ଦୋକାନ ସମ୍ମୁଖରୁ ଏଭଳି ଲୁଟ ହୋଇଥିବା ଦୋକାନୀ ଅଭିଯୋଗ କରିଛନ୍ତି। ଭଦ୍ରକ ସହର ଅନ୍ତର୍ଗତ ନରିପୁର ଅଞ୍ଚଳର ଅଜୟ କୁମାର ସାହୁଙ୍କର ଥାନା ଛକ ନିକଟରେ ଏକ ସୁନା ଦୋକାନ ରହିଛି। ସବୁଦିନ ଭଳି ଆଜି ଅଜୟ ବାଇକ ଯୋଗେ ନିଜ ଦୋକାନକୁ ଆସିଥିଲେ। କିଛି ସୁନା ଓ ରୂପା ସାମଗ୍ରୀ ଗୋଟିଏ ବ୍ୟାଗ ଭିତରେ ପୁରାଇ ଡ଼ିକି ଭିତରେ ରଖି ଦୋକାନକୁ ଆସିଥିଲେ।

ବାଇକଟି ଦୋକାନ ସମ୍ମୁଖରେ ରଖି ଦୋକାନ ଖୋଲିଥିଲେ ଅଜୟ। ଏହି ସମୟରେ କେହି ଦୃବୁର୍ତ୍ତ ମାନେ ଦୋକାନ ସମ୍ମୁଖରେ ଥିବା ବାଇକ ଡ଼ିକି ଭାଙ୍ଗି ସୁନା ଓ ରୂପା ବ୍ୟାଗକୁ ନେଇ ଚମ୍ପଟ ମାରିଥିଲେ। ବ୍ୟାଗ ମଧ୍ୟରେ ୩୦୦ ଗ୍ରାମର ସୁନା ଓ ୧୦ କିଲୋଗ୍ରାମର ରୁପା ଥିବା ଅଜୟ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ସଂକ୍ରାନ୍ତରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାଟିର ତଦନ୍ତ ଆରମ୍ଭ କରିଛି ପୁଲିସ। ଏବେ ଯାଏଁ ଲୁଟେରାର କୌଣସି ମିଳି ପାରି ନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe