ଭଦ୍ରକ: ରଶିରେ ବନ୍ଧା ଯୁବକର ଗଳିତ ଶବ ନଦୀରୁ ଉଦ୍ଧାର 

Advertisment
ଭଦ୍ରକ: ରଶିରେ ବନ୍ଧା ଯୁବକର ଗଳିତ ଶବ ନଦୀରୁ ଉଦ୍ଧାର 

image source--East ldho news

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ମେରାଇନ ଥାନା ଅଂଚଳରେ ବୈତରଣୀ ମୁହାଣ ନିକଟସ୍ଥ ଦୋସିଙ୍ଗା ଚନ୍ଦିନପାଳ ନିକଟ ନଦୀରୁ ଆଜି ସକାଳୁ ଏକ ଅଜଣା ଯୁବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ଗଳିତ ଶବ ଠାବ କରିଥିବା ବେଳେ ମେରାଇନ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଧାମରା ମେରାଇନ ପୁଲିସ ପହଁଚି ନଦୀ ମଧ୍ୟରୁ ଯୁବକର ମୃତଦେହ ଉଦ୍ଧାର କରିଥିଲା।

ତେବେ ମୃତ ଯୁବକର ବାମ ଗୋଡ଼ ପ୍ଲାଷ୍ଟିକ୍‌ ରଶିରେ ବନ୍ଧା ହୋଇଥିବା ବେଳେ ବାମ ପାର୍ଶ୍ୱ କାନ୍ଧରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉଦ୍ଧାର ହୋଇଥିବା ଯୁବକର ମୃତ ଦେହକୁ କେହି ହତ୍ୟା ପରେ ନଦୀରେ ଭସାଇ ଦେଇଥିବା ସନ୍ଦେହ ହେଉଛି।

ଗତକାଲି  ରାତ୍ରୀ ସମୟରେ ମନ୍ତେଇ ନଦୀରେ ଏହି ଶବ ଭାସୁଥିବା ବେଳେ ଜୁଆର ଛାଡ଼ିଯାଇଥିବାରୁ ମୁହାଣ ଆଡ଼କୁ ଚାଲିଆସିଥିବା କେତେକ ମତ୍ସ୍ୟଜୀବୀ ଦେଖିଥିଲେ। ଯୁବକ ଜଣକ ଏକ ଚଡ଼ି ପିନ୍ଧିଥିବା ବେଳେ କମଳା ଓ କଳା ରଂଗର ଚେକ୍‌ ଟି-ସାର୍ଟ ପିନ୍ଧିଛନ୍ତି। ହାତରେ ଗୋଟିଏ କଢ଼ା ପିନ୍ଧିଛନ୍ତି। ଯୁବକର ଆନୁମାନିକ ବୟସ ୨୦ରୁ ୨୫ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଳ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଥାନା ଅଧିକାରୀ ତୁସୀଲ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe