ଗାଡ଼ି ଧକ୍କାରେ ହରିଣର ଜୀବନ ଗଲା

ଗାଡ଼ି ଧକ୍କାରେ ହରିଣର ଜୀବନ ଗଲା

West Bend Insurance

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ଏକ ହରିଣର ମୃତ୍ୟୁ ଘଟିଛି। ଗତକାଲି ରାତିରେ ହରିଣଟି ୫୫ ନମ୍ବର ଜାତୀୟ ରାଜପଥ ନର୍ସରୀ ନିକଟରେ କୌଣସି ଗାଡ଼ି ଧକ୍କାରେ ଗୁରୁରତର ଭାବେ ଆହତ ହୋଇଥିଲା।

ଖବର ପାଇ ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନୀୟା ଭୋଇ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଯାଇଥିଲା। ଆଜି ଡା. ରବିନ କୁମାର ଶବ ବ୍ୟବଚ୍ଛେଦ କରିଥିଲେ। ପରେ ହରିଣର ଶବକୁ ଗାତ ଖୋଳି ପୋତି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe