ବ୍ରହ୍ମଗିରି: କାଦୁଅରେ ଫସିଥିବା ହରିଣକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଲୋକେ

Advertisment
ବ୍ରହ୍ମଗିରି: କାଦୁଅରେ ଫସିଥିବା ହରିଣକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କଲେ ଲୋକେ

ବ୍ରହ୍ମଗିରି: ଆଜି ସକାଳୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବନାଞ୍ଚଳ ଅନ୍ତର୍ଗତ ମୁଣ୍ଡାଳ ଗାଁ ନିକଟରେ ଥିବା ନାଳରେ କାଦୁଅରେ ଫସିି ଯାଇଥିିବାଏକ ହରିଣକୁ ଗ୍ରାମବାସୀମାନେ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ଗତ ସପ୍ତାହକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା, ଯେ ନାଳରେ ଫସିଥିବା ହରିଣକୁ ଉଦ୍ଧାର କରି ଗ୍ରାମବାସୀମାନେ ବନବିଭାଗକୁ ହସ୍ତାନ୍ତର କରିଛନ୍ତି। ବାରମ୍ବାର ହରିଣ ଜଙ୍ଗଲ ଛାଡ଼ି ଜନବସତି ଆଡକୁ ଆସୁଥିବାରୁ ଏହା ପ୍ରକୃତିପ୍ରେମୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାରଣ ହରିଣ ଏହି ପରି ଭାବେ ଆସି ନାଳରେ କାଦୁଅରେ ଫସିଲେ ଏହା ବନ୍ୟଜନ୍ତୁ ଶିକାରୀଙ୍କୁ ଉତ୍ସାହିତ କରିବ ବୋଲିି ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଏ ଦିଗରେ ବନବିଭାଗ ପକ୍ଷରୁ ସଫଳ ପଦକ୍ଷେପ ନେବା ଜରୁରି ହୋଇ ପଡ଼ିଛି।
ସୂଚନାଯୋଗ୍ୟ ଯେ ଆଜି ସକାଳେ ମୁଣ୍ଡାଳ ଗାଁ ନିକଟ ନାଳରେ ଏକ ମଧ୍ୟ ବୟସ୍କ ହରିଣଟି କାଦୁଅରେ ଲାଖିଯାଇ ବାହାରି ପାରି ନ ଥିଲା। ହରିଣଟି କାଦୁଅରେ ଛଟପଟ ହେଉଥିବା ଦେଖି ଗାଁ ଲୋକେ ସେଠାରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିବା ସହିତ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ ସେଠାରେ ପହଞ୍ଚି ଗ୍ରାମବାସୀଙ୍କୁ ଠାରୁ ହରିଣଟିକୁ ନେଇ ଜଙ୍ଗଲରେ ଛାଡ଼ିଛି।
ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ମଧ୍ୟ ବ୍ରହ୍ମଗିରି ରେଞ୍ଜ ଅନ୍ତର୍ଗତ କୃଷ୍ଣଶରଣପୁର ଗାଁ ନାଳ ରେ ଏକ ହରିଣ କାଦୁଅରେ ଫସିିଯାଇଥିଲା। ତାକୁ ମଧ୍ୟ ଗ୍ରାମବସେୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe