ନକଲି ମାର୍କସିଟ୍‌ ଭାଇରାଲ; କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେ ଶିକ୍ଷାବିତ୍

Advertisment
ନକଲି ମାର୍କସିଟ୍‌ ଭାଇରାଲ; କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେ ଶିକ୍ଷାବିତ୍

Sambad

ଜୟପୁର: ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳର ଜୈନେକା ଛାତ୍ରୀଙ୍କ ନାଁରେ ଏକ ମାର୍କସିଟ୍ ଭାଇରାଲ କରାଯାଇଛି। ଏହି ମାର୍କସିଟରେ ବସନ୍ତ ସୌରା, ବିଜୁପଟ୍ଟନାୟକ ହାଇସ୍କୁଲ କୁନ୍ଦ୍ରା, ରୋଲ ନଂ ୪୧୨ଏଚଏ୧୨ଏ ବୋଲି ଲେଖାଯିବା ସହ ଦ୍ବିତୀୟ ବିଷୟ ଇଂରାଜୀରେ ୧୦୭ ଏବଂ ସାମାଜିକ ବିଜ୍ଞାନରେ ୧୧୦ ମାର୍କ ଆସିଥିବାକୁ ନେଇ ଭାଇରାଲ କରାଯାଇଛି। ତେବେ ଏହା ନକଲି ମାର୍କସିଟ୍‌ ବୋଲି ଜଣା ପଡ଼ିଛି। ପ୍ରଥମଥଃ କୁନ୍ଦ୍ରାରେ ଏଭଳି ନାଁରେ ସ୍କୁଲ ନାହିଁ ବୋଲି କହିଛନ୍ତି କୁନ୍ଦ୍ରା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଧାନଶିକ୍ଷୟତ୍ରୀ ପ୍ରଭାତି ସେଠୀ। ବାଗଦେରୀରେ ଯଦିଓ ବିଜୁ ପଟ୍ଟନାୟକ ହାଇସ୍କୁଲ ରହିଥିଲେ ହେଁ ଏହି ନାଁର କୌଣସି ଛାତ୍ର ନଥିବା କହିଛନ୍ତି ପ୍ରଧାନଶିକ୍ଷକ ଦେବାଶିଷ ପଣ୍ଡା।

ରୋଲନଂ ଠାରୁ ଆରମ୍ଭ କରି ମାର୍କରେ ବି ବ୍ୟାପକ ହେରଫେର କରି ଲୋକଙ୍କୁ ଭ୍ରମିତ କରିବାକୁ ଏଭଳି କରାଯାଇଛି, ଏଭଳି କରିବା ଠିକ୍ ନୁହେଁ ବୋଲି କହିଛନ୍ତି ଅବସରପ୍ରାପ୍ତ ବିଇଓ ସୁରେନ୍ଦ୍ର ପଟ୍ଟନାୟକ ଓ ଶିକ୍ଷାବିତ୍ ଅଜୟ ମିଶ୍ର, ସହକାରୀ ପ୍ରାଧ୍ୟପକ ମନୋରଞ୍ଜନ ପ୍ରଧାନ। ତୁରନ୍ତ ଏଭଳି ନକଲି ମାର୍କସିଟ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ‌ବୋଲି ଶିକ୍ଷାବିତ୍ ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe