ଦେବ ଗମାଙ୍ଗଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଜୋର ଧରିଲା

Advertisment
ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

YouTube

ଜୟପୁର : ଘଟଣାର ୧୦ଦିନ ପରେ ମଧ୍ୟ ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନାର ଆଇଆଇସି ଭାବେ କାର୍ଯ୍ୟରତ ଥିବା ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ମାମଲାର କାରଣ ସ୍ପଷ୍ଟ ହୋଇ ପାରିନାହିଁ। ତାଙ୍କ ମୃତ୍ୟୁକୁ ନେଇ ଗତ କାଲି ମାନ୍ୟବର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବା ସହ ତଦନ୍ତର ଭାର ସିବିଆଇ କରୁ ବୋଲି ଦାବି କରାଯାଇଛି। ସିବିଆଇ ତଦନ୍ତ ଦାବି ଏବେ ଜୟପୁରରେ ବି ଜୋର ଧରିବାରେ ଲାଗିଛି। ପୂର୍ବରୁ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟଏନସିସି ଆଲୁମିନି ପକ୍ଷରୁ ଦାବି କରାଯାଇଥିଲା।

ଏବେ ଜୟପୁର ସହରବାସୀଙ୍କ ପକ୍ଷରୁ ବି ସମାନ ଦାବି ଉଠିଛି। ପ୍ରଦୀପ ମହାରାଣା, ଦୀପକ ଷଡଙ୍ଗୀ, କୃଷ୍ଣ କେଶବ ଷଡଙ୍ଗୀ, ଦୁର୍ଗା ଚରଣ ସାହୁ, ନିଶାନ ପଟନାୟକ ,ରବି ନାରାୟଣ ହୋତା, ରାଜା ରଥ, ମନୋଜ କୁମାର ପାଣିଗ୍ରାହୀ, ରବିନ୍ଦ୍ରନାଥ ସାହୁ, ଧନରାଜ ବିଡିକା, ବିଶ୍ବନାଥ ଖୋସ୍ଲା, ସୁନାମ ମହାନନ୍ଦିଆ, ଯୁଗୋଳ କିଶୋର ଗଣ୍ଡ, ସଂଦୀପ ଦଳାଇ, ରୋହିତ ବକାରିୟା ପ୍ରମୁଖ ଏହି ଦାବି କରି   ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପଠାଇଛନ୍ତି। ଏହା ସହ ଏହି  ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଟୁଇଟ୍‌ କରାଯାଇଛି। ଏହାର ନକଲ ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ୫ଟି ସଚିବ,ପୁଲିସ ଡିଜିପି, ସିବିଆଇ ମୁଖ୍ୟାଳୟ, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ଗୃହ ସଚିବ,  ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତିଙ୍କୁ ବି ପ୍ରଦାନ କରାଯିବା ସହ ଟୁଇଟ୍‌ କରାଯାଇଛି। ସେଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମ ପୃଷ୍ଟାରେ ମଧ୍ୟ ଏହାକୁ ପୋଷ୍ଟ କରିବା ସହ ଏହାକୁ ନେଇ ତୀବ୍ର ନିନ୍ଦା କରାଯିବା ସହ ତୁରନ୍ତ ସଠିକ ଏବଂ ନିରପେକ୍ଷ ତଦନ୍ତ କରାଯିବାକୁ ଦାବି କରାଯାଇଛି। ଦେବଙ୍କ ସ୍ତ୍ରୀ ମଧ୍ୟ ଗୃହ ବିଭାଗରେ ଇନିସପେକ୍ଟର ରହିଥିବାରୁ ତାଙ୍କ ଉପରେ ଚାପ ପକାଇ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ବନ୍ଦ କରି ପ୍ରକୃତ ସତ୍ୟ ଲୋକଲୋଚନକୁ ଆସୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe