ଲେଫ୍ରିପଡ଼ା: ସର୍ଗିପାଲି-କାଲୋବାହାଲ ଭାୟା ଅଉଁଲାବାହାଲ ଆର୍ଡି ରାସ୍ତା ଏମ୍ସିଏଲ୍ ରାସ୍ତାକୁ ସଂଯୋଗ କରୁଛି। ଏରାସ୍ତା ଦେଇ ହେମଗିର ବ୍ଲକ୍ ତଥା ଏମ୍ସିଏଲ୍ରୁ ସୁନ୍ଦରଗଡ଼କୁ ନିୟମିତ ଗାଡ଼ି ଚଳାଚଳ କରିଥାଏ। ଏହାଛଡା ଲେଫ୍ରିପଡା ବ୍ଲକ୍ର ଝୁରିମାଲ ପଞ୍ଚାୟତବାସୀଙ୍କ ସର୍ଗିପାଲି ଏବଂ ସୁନ୍ଦରଗଡ଼ ଯିବା ଆସିବାର ମୁଖ୍ୟ ରାସ୍ତା ହୋଇଥିବାବେଳେ ରାଏଡିହି, ଦର୍ଲିପାଲି, ବଡ଼ବଙ୍ଗା, ରାଏବଗା ପଞ୍ଚାୟତ ସମେତ ଟାଙ୍ଗରପାଲି ବ୍ଲକ୍ ଅଞ୍ଚଳର ଅଧିକାଂଶ ଗାଁ ର ଲୋକେ ଏ ରାସ୍ତା ଦେଇ ଲେଫ୍ରିପଡ଼ା, ସରଫଗଡ଼ ଆଦି ଅଞ୍ଚଳକୁ ଯା’ଆସ କରିଥାନ୍ତି। ତେବେ ରାସ୍ତାର ଶ୍ରୀଭୂବନପୁର-ଦିଆମୁଣ୍ଡା ସୀମାରେ ଥିବା କାନମୁର୍ଲା ନାଳରେ ଅଦ୍ୟାବଧି ସେତୁ ନିର୍ମାଣ ହୋଇ ନଥିବାରୁ ଅନେକ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଚାଲିଯାଉଛି।
ସଂପ୍ରତି ନାଳ ଉପରେ ଏକ ରପଟା ନିର୍ମାଣ ହୋଇଥିବାବେଳେ ସାଇଡ୍ ପିଲାର ମଧ୍ୟ ନାହିଁ। ବର୍ଷା ଦିନେ ରପଟା ଉପର ଦେଇ ପାଣି ପ୍ରବାହିତ ହୋଇଥାଏ। ଏଣୁ ଏଠାରେ ଏକ ସେତୁ ନିର୍ମାଣ ଅତ୍ୟନ୍ତ ଜରୁରି ହୋଇ ପଡ଼ିଛି। ଅନ୍ୟପକ୍ଷରେ ଏହି ନାଳ ଉପରେ ସେତୁ ନିର୍ମାଣ ପାଇଁ ପୂର୍ବତନ ବିଧାୟକ ଯୋଗେଶ ସିଂହ ତାଙ୍କ ଅବଧି କାଳରେ ଗ୍ରାମ୍ୟ ନିର୍ମାଣ ବିଭାଗକୁ ବାରମ୍ବାର ପ୍ରସ୍ତାବ ଦେବା ସତ୍ତ୍ବେ ମଧ୍ୟ ଆଜକୁ ୧୦ ବର୍ଷ ହେବ ଆର୍ଡି ବିଭାଗ ଅବହେଳା କରିଚାଲିଛି। ଏଣୁ ବିଜୁ ସେତୁ ଯୋଜନାରେ ଏକ ସେତୁ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us