ଇବ୍‌ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ଦାବି

Advertisment
ଇବ୍‌ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ଦାବି

Wikipedia

ବ୍ରଜରାଜନଗର: ଜାତୀୟ ରାଜପଥ ନଂ ୪୯ର ଇବ୍‌ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଦାବିରେ ଆସନ୍ତା ୧ ତାରିଖରେ ବରଘାଟ ନିକଟରେ ଗଣଧାରଣା ଦିଆଯିବ ବୋଲି ବ୍ରଜରାଜନଗର ଜନସାଧାରଣ ଓ ରାସ୍ତା ବ୍ୟବହାରକାରୀ ନିଷ୍ପତ୍ତି ନେଇଛନ୍ତି। ଏନେଇ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହିତ ଏହାର କପି ଏସ୍‌ପି, ଏସ୍‌ଡିପିଓ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ରରେ ଲୋକନାଥ ସାହୁ, ବିଜୟ ପାଣି, ରଞ୍ଜନ ସାହୁ, ଶୈଳବାଳା ପ୍ରଧାନ ଆଦିଙ୍କୁ ସ୍ବାକ୍ଷର ରହିଛି। ଏହି ଗଣଧାରଣା ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ୨ ଘଣ୍ଟା ହେବ।

ସେମାନଙ୍କର ଅଭିଯୋଗ ଅନୁସରେ, ଇବ୍‌ନଦୀର ବରଘାଟ ନିକଟ ବ୍ରିଜ୍‌ଟି ୬୫ ବର୍ଷର ପୁରୁଣା ହୋଇଥିବାରୁ ଏହା ଖରାପ ହେବାକୁ ବସିଲାଣି। ଏହି ବ୍ରିଜ୍‌ଟି ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ସହିତ ଜିଲ୍ଲାର ଅନ୍ୟ ଅଞ୍ଚଳ ଓ ଛତିଶଗଡ଼କୁ ସଂଯୋଗ କରିଥାଏ। ପ୍ରତିଦିନ ହାରାହାରି ୧୦ ହଜାର ଭାରୀଯାନ ଏହି ପୋଲ ଦେଇ ଯାତାୟତ କରୁଛି। ବିଭିନ୍ନ ସମୟରେ ଦ୍ବିତୀୟ ବ୍ରିଜ ନିର୍ମାଣ ପାଇଁ ବିଭିନ୍ନ ଫୋରମରେ ଦାବି ହେଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନଥିବା ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe