ଜୋର ଧରିଲା ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ସ୍ଥାପନ ଦାବି

ଜୋର ଧରିଲା ଭଦ୍ରକ ଜିଲ୍ଳାରେ ମେଡ଼ିକାଲ କଲେଜ ସ୍ଥାପନ ଦାବି

Sambad

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ୧୦ ବର୍ଷରୁ ଊର୍ଦ୍ଧ୍ବକାଳ ଧରି ସରକାରଙ୍କୁ ବାରମ୍ବାର ଦାବିପତ୍ର ଦିଆଯିବା ସଙ୍ଗେସଙ୍ଗେ ଅନେକ ବାର ଆନ୍ଦୋଳନ କରାଯାଇଛି। ୨୦୧୮ ମସିହାରେ ସମଗ୍ର ଭଦ୍ରକ ଜିଲ୍ଲାକୁ ବନ୍ଦ ଡାକରା ଦିଆ ଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରି ନାହାନ୍ତି। ଭଦ୍ରକ ଜିଲ୍ଳା ପ୍ରତି ସରକାରଙ୍କ ନକରାତ୍ମକ ମନଭାବ ଓ ବେଖାତିର ପାଇଁ ଜିଲ୍ଳାବାସୀଙ୍କ ମନରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲା ମେଡିକାଲ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଡାକ୍ତର ହରେକୃଷ୍ଣ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ସ୍ତମ୍ଭକାର ଅଭୟ ଦ୍ଵିବେଦୀ, ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ବୈଲୋଚନ ବେହୁରିଆ, ପୂର୍ବତନ ବିଧାୟକ ନରେନ ପଲେଇ, ପ୍ରାଧ୍ୟାପକ ଡଃ. ବ୍ରଜମୋହନ ମିଶ୍ର, ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ପ୍ରଭାସ ମହାନ୍ତି, ସୁଦର୍ଶନ ବାରିକ, ପ୍ର. ଅଟଳ ବିହାରୀ ନାୟକ, କୈଳାସ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ଦାସ, ହରମୋହନ ଜେନା, ଡଃ. ଭାଗବତ ତ୍ରିପାଠୀ, ଲକ୍ଷ୍ମଣ ମହାନ୍ତି, ଅସ୍ରଫ୍ ଅଲ୍ଲୀ, ଡଃ. ଗୋଲକ ବିହାରୀ ସାହୁ, ନାରାୟଣ ଜେନା, ଗୀତାରାଣୀ ଆଇଚ, ଡଃ. ଦୁର୍ଯ୍ୟୋଧନ ଦାସ, ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇ ଭଦ୍ରକରେ ମେଡ଼ିକାଲ କଲେଜ ଯେ ପର୍ଯ୍ୟନ୍ତ ପ୍ରତିଷ୍ଠା ପାଇଁ ସରକାର ଘୋଷଣା ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଦିନକୁ ଦିନ ଅସନ୍ତୋଷର ନିଆଁ ଅଧିକ ଯୋର ହେଉଥିବାରୁ ଆନ୍ଦୋଳନକୁ ମଧ୍ୟ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ।

ଏପରି ଆବଶ୍ୟକ ହେଲେ ପୂର୍ବଭଳି ସମଗ୍ର ଜିଲ୍ଲାବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଇବେ ନାହିଁ ବୋଲି କହିଥିଲେ। ବୈଠକରେ ଏକ ପରିଚାଳନା କମିଟି ଗଠନ ପାଇଁ ସଭାପତି ତଥା ଆବାହକ ଶାନ୍ତନୁ କୁମାର ରାଉତ, ସୁଧାକର ରାଉତ, ଅଭୟ ଦ୍ଵିବେଦୀ, ପଣ୍ଠିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ବୈଲୋଚନ ବେହୁରିଆଙ୍କ ଉପରେ ଦାୟିତ୍ଵ ଅର୍ପଣ କରାଗଲା। ସେମାନେ ବିଭିନ୍ନ ସଂଗଠନରୁ ସଭ୍ୟସଭ୍ୟା ମାନଙ୍କୁ ଡାକି ଏକ କମିଟି ଗଠନ କରିବେ। ପରବର୍ତ୍ତୀ ବୈଠକରେ ସେମାନଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ସ୍ଥିର କରାଯିବ। ଏଥିସହିତ ଆଗାମୀ ୨୬ ତାରିଖରେ ଭାରତ ସରକାରଙ୍କ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତରେ ଆସୁଥିବା ସମୟରେ ତାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲଲାଟେନ୍ଦୁ ମହାନ୍ତି, ରମେଶ ଚନ୍ଦ୍ର ଦାସ, ଡଃ. ରମେଶ ଚନ୍ଦ୍ର ସାହୁ, ଅମର କୁମାର ପାଣିଗ୍ରାହୀ, ବିଜୟ ଦାସ, ଡଃ. ରାମଚନ୍ଦ୍ର ପଣ୍ଡା, ବସନ୍ତ କୁମାର ମହାନ୍ତି, ଦିଲ୍ଲୀପ ନାୟକ, ଡଃ. ରାଧାରାଣୀ ମହାପାତ୍ର, ମନୋଜ କୁମାର ଜତି, କୁଟିଆ ନାୟକ, ଦୁଃଶାସନ ମହାନ୍ତି, ଶ୍ରୀହର୍ଷ ସ୍ବାଇଁ, ଗୌରାଙ୍ଗ ଚରଣ ବାରିକ, ଆଦିତ୍ୟ କୁମାର ନାୟକ, ସୀତାକାନ୍ତ ଦାସ, ଆଦିତ୍ୟ କୁମାର ଗୋସ୍ବାମୀ ଚନ୍ଦ୍ରମୋହନ ମହାନ୍ତି, ହରେକୃଷ୍ଣ ମହାକୁଡ଼, ଅମ୍ବିକା ଦାସ, କୂଳମଣି ବେହେରା, ଗୌରଚନ୍ଦ୍ର ପଣ୍ଡା, ଅମରେନ୍ଦ୍ର ବିଶ୍ଵାଳ, ଧିରେନ୍ଦ୍ର କୁମାର ସାହୁ, ଶଶଧର ନାୟକ, ଡଃ. ପ୍ରଭାତ ନଳିନୀ ମହାପାତ୍ର, କଲ୍ଲୋଳ କୁମାର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe