ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଖୋଲିବାକୁ ଶିକ୍ଷକ ସଂଘର ଦାବି

Advertisment
ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ଖୋଲିବାକୁ ଶିକ୍ଷକ ସଂଘର ଦାବି

Freepik

ଖୋର୍ଦ୍ଧା: ଗ୍ରୀଷ୍ମ ଅବକାଶ ପରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୧ ତାରିଖକୁ ଛୁଟି ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଜିଲ୍ଲାର ସମସ୍ତ ସ୍କୁଲ ପୂର୍ବ ଧାର୍ଯ୍ୟ ସମୟରେ ଖୋଲିବ। କିନ୍ତୁ ଜିଲ୍ଲାରେ ଯେଉଁ ଭଳି ଅସହ୍ୟ ଗରମ ଓ ଗୁଳୁଗୁଳି ଚାଲିଛି ତାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଖୋଲିବାକୁ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଆଜି ଏକ ଲିଖିତ ବିବୃତ୍ତିରେ ମିଳିତ ଶିକ୍ଷକ ସଂଘର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ସଭାପତି ସୁଧାକର ମହାପାତ୍ର, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ମହାପାତ୍ର, ଉପସଭାପତି ଅଗାଧୁ ସେଠୀ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ପଲାଇ, ମୃତ୍ୟୁଞ୍ଜୟ ମହାପାତ୍ର, ଦୂର୍ଗାପ୍ରସାଦ ମଙ୍ଗରାଜ, ରତ୍ନାକର ରାଉତରାୟ, ମନୋଜ ଦାଶ, ଅଭିରାମ ବେହେରା, ଶିବ ପ୍ରସାଦ ମହାପାତ୍ର, ଅଜୟ ରାଉତରାୟ ପ୍ରମୁଖ କର୍ମକର୍ତା ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ଏଥିରେ ସେମାନେ ଦର୍ଶାଇଛନ୍ତି ଯେ ବିଦ୍ୟାଳୟ ଗୁଡ଼ିକ ଦିନ ୧୦ଟାରୁ ୪ଟା ଯାଏଁ ଖୋଲାଯିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। କିନ୍ତୁ ୧୦ଟାରୁ ୪ଟା ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ସରକାରୀ କାର୍ଯ୍ୟାଳୟରେ କୁଲର, ଏସି, ଥଣ୍ଡାପାନୀୟ, ଫ୍ୟାନ୍ ଆଦି ସୁବିଧା ଥିବା ବେଳେ ଅନେକ ବିଦ୍ୟାଳୟରେ ଏଡି ସୁବିଧା ନାହିଁ। ଏହି ପରିସ୍ଥିତିରେ ଅଂଶୁଘାତର ସମ୍ଭାବନା ରହିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ଖୋଲିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe