ଜୋର୍‌ ଧରୁଛି ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି

Advertisment
ଜୋର୍‌ ଧରୁଛି ପଦ୍ମପୁର ଜିଲ୍ଲା ମାନ୍ୟତା ଦାବି

ପଦ୍ମପୁର: ପଦ୍ମପୁରକୁ ନୂତନ ଜିଲ୍ଲା ମାନ୍ୟତା ଦାବି କ୍ରମଶଃ ଜୋର ଧରୁଛି। ଜିଲ୍ଲା ଦାବି ପାଇଁ ଆଜି ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ ଓକିଲ ସଂଘ ସଭାପତି ସନ୍ତୋଷ ଶତପଥୀଙ୍କ ଅଧ୍ୟକ୍ଷତାରେ ତଥା ସଂପାଦକ ଚିନ୍ମୟ ପଣ୍ଡାଙ୍କ ସଂଯୋଜନାରେ ଏକ ସଭା ହୋଇଥିଲା। ସଭାରେ ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗଦାନ କରି ଜିଲ୍ଲା ଗଠନରେ ତାଙ୍କର ସକାରାତ୍ମକ ମତ ରଖିଥିଲେ। ଆଲୋଚନା ପରେ ଆସନ୍ତା ୧୫ ତାରିଖ ସୁଦ୍ଧା ଏକ କମିଟି ମୁଖ୍ୟମନ୍ତ୍ରୀ ସହ ସାକ୍ଷାତ କରି ତାଙ୍କର ପ୍ରତିଶ୍ରୁତି ପାଳନ ପାଇଁ ଅନୁରୋଧ କରିବେ ବୋଲି ନିଷ୍ପତ୍ତି ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ସହ କମିଟିର ସାକ୍ଷାତ ପାଇଁ ବିଧାୟିକାଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଗୌନ୍ତିଆ ସାହୁ, ଜୟନାରାୟଣ ତ୍ରିପାଠୀ, ଅଶୋକ ବହିଦାର, ମଧୁସୂଦନ ଦାଶ, ରାଧାମାଧବ ଦୋରା, ମହେନ୍ଦ୍ର ଭୋଇ, ବିଭୂତିଭୂଷଣ ଦାଶ, ନିରୋଜ ଦୋରା, ଉମେଶ ସାହୁ, ଅଜିତ ଶତପଥୀ, ପ୍ରଶାନ୍ତ ମାଝି, ଅରବିନ୍ଦ ପଣ୍ତା, କିଶୋର ଦେବତା, ଧରମ ପାଢ଼ୀ, ସୁନିଲ ଅଗ୍ରୱାଲ, ଅଶୋକ ମିଶ୍ର, ତୁଳାରାମ ବେହେରା, ଆନନ୍ଦ ବେହେରା, ସନ୍ତୋଷ ମହାନ୍ତି, କିଶୋର ଦାଶ, ଭରତ ପଣ୍ତାଙ୍କ ସମେତ ଉପଖଣ୍ତର ସମସ୍ତ ବ୍ଲକ୍‌ର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe