ସ୍ୱଳ୍ପ ବେତନରେ ପରିବାର ଚଲେଇବା କଷ୍ଟକର, ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ସ୍ୱଳ୍ପ ବେତନରେ ପରିବାର ଚଲେଇବା କଷ୍ଟକର, ସ୍ଥାୟୀ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସୁନାବେଡା: ଦୀର୍ଘ ୨୫ ବର୍ଷ ହେବ ପୌରପରିଷଦରେ ଅସ୍ଥାୟୀ ଭାବରେ କାର୍ଯ୍ୟରତ କର୍ମୀକୁ ସ୍ଥାୟୀ ଭାବରେ ନିଯୁକ୍ତି ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ଦିଆଯାଇଛି। ୧୯୯୩ ମସିହା ଏପ୍ରିଲ ୧୨ ତାରିଖ ପରଠାରୁ କାର୍ଯ୍ୟରତ ପୌରପରିଷଦର କର୍ମଚାରୀମାନେ ଏହି ଦାବିପତ୍ର ପଠାଇଛନ୍ତି। କର୍ମଚାରୀମାନେ ଦାବି କରିଛନ୍ତି ଯେ, ୨୫ ବର୍ଷ ହେବ ସେମାନେ ଏହିଠାରେ କାର୍ଯ୍ୟରତ ଥିବା ହେତୁ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବରେ ରଖାଯାଉ। ଅସ୍ଥାୟୀ କାର୍ଯ୍ୟ ହେତୁ ସ୍ୱଳ୍ପବେତନ ନିମନ୍ତେ ପରିବାର ଚଲେଇବା ସେମାନଙ୍କୁ କଷ୍ଟକର ହୋଇପଡିଛି। ଏମିତିକି ଆଖିର ଲୁହ ଆଖିରେ ମାରିବାକୁ ପଡୁଛି।

ପୌର କର୍ମଚାରୀଙ୍କ କହିବା ଅନୁଯାୟୀ ନିୟମିତ କର୍ମୀ ଓ ନିୟମିତ ଭଳି ଅନ୍ୟ କର୍ମଚାରୀମାନେ ଯେତିକି କାମ କରୁଛନ୍ତି ଅସ୍ଥାୟୀ ଭାବେ କାର୍ଯ୍ୟରତ କର୍ମୀମାନେ ମଧ୍ୟ ସମାନ ପରିମାଣର କାମ କରୁଛନ୍ତି, ଯେଉଁଥିରେ କୌଣସି ପ୍ରଭେଦ ନାହିଁ। ହେଲେ ବେତନ ସ୍ୱଳ୍ପ ଯୋଗୁଁ, ତାହା ସେମାନଙ୍କୁ ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି ଏବଂ ଗୁଜୁରାଣ ମେଣ୍ଟାଈଵା କଷ୍ଟ ହେଉଛି। ରାଜ୍ୟସରକାର ଏବଂ ଗୃହ ଉନୟନ ପକ୍ଷରୁ ପତ୍ର ସଂଖ୍ୟା ୧୬୮୮0/୧୫.୦୫.୧୯୯୯ରେ ଏକ ଆଦେଶନାମା ଜାରି ହୋଇଥିଲା, ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ ପୌରପରିଷଦର ଅସ୍ଥାୟୀ କର୍ମୀ ଯେଉଁମାନେ ଦୀର୍ଘ ଦଶ ବର୍ଷ ନିରବଛିନ୍ନ ଭାବରେ କାର୍ଯ୍ୟ ସୁଚାରରୂପେ ସମ୍ପାଦନ କରିଥିବେ ସେମାନଙ୍କୁ ସ୍ଥାୟୀ କରାଯିବ। ତେଣୁ ମନରେ ଆଶା ଓ ବିଶ୍ୱାସ ନେଇ ଠିକା କର୍ମଚାରୀ ତ୍ରିନାଥ ପରିଡା, ପ୍ରକାଶ ବେନିଆ, ଦାମୋଦର ମହାନ୍ତି ଏ ସବୁ ଲିଖିତ ଅଭିଯୋଗ ନେଇ କୋରାପୁଟ ଏଡିଏମ୍‌ ରମେଶ୍ଵର ପ୍ରଧାନଙ୍କ ନିକଟକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe