ଟାଙ୍ଗିଆପଡ଼ା ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ଧାରଣା 

Advertisment
ଟାଙ୍ଗିଆପଡ଼ା ପଞ୍ଚାୟତରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ଧାରଣା 

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ା ପଞ୍ଚାୟତ ୱିଲ୍କିନ୍ସନ ନଗରଠାରେ ଦୀର୍ଘ ଦିନ ଧରି ପ୍ରସ୍ତାବିତ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କରିବାକୁ ଗ୍ରାମବାସୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଧାରଣାରେ ବସିଥିବା ଟାଙ୍ଗିଆପଡ଼ା ସରପଞ୍ଚ କଲ୍ୟାଣୀ ଦଳେଇଙ୍କ କହିବାନୁସାରେ, ଗତ ୭ ବର୍ଷ ଧରି ୱିଲ୍କିନ୍ସନ ନଗର ଠାରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରିବାକୁ ପଞ୍ଚାୟତବାସୀ ଦାବି କରିଆସୁଛନ୍ତି । ଏନେଇ ପଞ୍ଚାୟତରେ ପ୍ରସ୍ତାବ ଗୃହୀତ ହୋଇ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ବିଧାୟକଙ୍କ ଯାଏଁ ଲିଖିତ ଦାବି ଦେବା ସହ ନିର୍ମାଣ ପାଇଁ ସ୍ଥାନ ମଧ୍ୟ ନିରୂପଣ କରାଯାଇଛି । କିନ୍ତୁ ଏଯାଏଁ ଏହାର ନିର୍ମାଣ ଆରମ୍ଭ ହୋଇପାରିନାହିଁ ।

ଏନେଇ ସ୍ୱାସ୍ଥ୍ୟାଧିକାରୀ ଡା ବିଶ୍ୱରଂଜନ ପତି କହିଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି । ତେବେ ରାଜ୍ୟ ସରକାର (୩୪୮୯/୩ ମାର୍ଚ୍ଚ ୨୦୨୦)ରେ ଏହି ନିର୍ମାଣ ପଞ୍ଚାୟତରାଜ ବିଭାଗ କରିବାକୁ ନିର୍ଦେଶ ଦେଇଥିଲେ । କରୋନା ମହାମାରୀ ଯୋଗୁଁ ନିର୍ମାଣ କାର୍ଯ୍ୟ ଠିକଣା ସମୟରେ ଆରମ୍ଭ ହୋଇପାରିନଥିଲା । ବର୍ତମାନ ଗ୍ରାମ୍ୟ ଉନ୍ନୟନ ବିଭାଗକୁ  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଚିଠି ଲେଖାଯାଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁଦାନ ଅର୍ଥ ବଦଳି କରିବାକୁ ଅନୁରୋଧ କରାଯାଇଛି । ଏହି ଅର୍ଥ ଆସିଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ଆଜିର ଏହି ଧାରଣାରେ, ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ୱାଳ, ୱାର୍ଡ଼ ସଭ୍ୟା ଜ୍ୟେଷ୍ଠାରାଣୀ ସୁନ୍ଦରାୟ, ଅଂଜଳି ସାହୁ, ଆକାଶ କୁମାର ବିଶ୍ୱାଳ, ସୁରେଶ ଚନ୍ଦ୍ର ସାମନ୍ତରାୟ, ସୀତାରାମ ସୁନ୍ଦରାୟ, ସୁକାନ୍ତ ସାହୁ, ଦୀପକ ସୁନ୍ଦରାୟ, ଜିତେନ୍ଦ୍ର ମହାରଣା, କୃଷ୍ଣଚନ୍ଦ୍ର ସାହୁ, ରଶ୍ମୀକାନ୍ତ ମହାପାତ୍ର, ସୁଶେଶ ସାହୁ, ରାଜେଶ କୁମାର ବାରିକ, ରୀତେଶ ସ୍ୱାଇଁ, ଜୟନ୍ତ ଛୋଟରୟ, ଅଭୟ ନାୟକ, ମୋହନ ବେହେରା, ଗୋପାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe